ମଣିଷ ପରି ମଣିଷ ଟିଏ
ଉପେନ୍ଦ୍ର କୁମାର ବସ୍ତିଆ
ସୁରମ୍ୟ ପ୍ରାସାଦ ଲୋଡାନାହିଁ ମୋର
ଲୋଡ଼ାନାହିଁ ମଣିମୋତି
ଚାଂହେନା ଅମୁଲ୍ୟ ପାଟ ପିତାମ୍ବରୀ
ଚାହେଁନା ଧନ ସମ୍ପତ୍ତି ।୧
କୋଟିପତି ହେବା ସପନ ଦେଖେନି
ଲୋଡାନାହିଁ ପ୍ରତିପତ୍ତି
ଚାହେଁନା ଏ ମନ ସମ୍ମାନ ଗୌରବ
ହେବାକୁ ପୂଜ୍ୟେ ଗଣତି ।୨
ଚାହେଁ ନାହିଁ କେବେ ସହିଦି ସମ୍ମାନ
ମଲେ ମୋ ଶବ ସତ୍କାର
ମୋର ମୂର୍ତ୍ତି ଗଢି ଗୋଟେ ସଭାକରି
ଗଳେଦେଇ ଫୁଲ ହାର ।୩
ମୋର ମୃତ୍ୟୁ ପରେ ଢାଳିଦେଇ ଲୁହ
କହିବ ମଣିଷ ଟିଏ
ଆଶା ମୁଁ କରୁଛି ଏତିକି କହିବ
ଚାଲିଗଲା ଆହା ସିଏ ।୪