ରଜ ତୁ କେତେ ଦୂରେ
ସୁରେଶ ଚନ୍ଦ୍ର ପାଢୀ
ରଜ ତୁ କେତେ ଦୂରେ
ମନେ ପଡ଼ୁଛୁ ତୁ ଆ ଥରେ
ତୋ ପାଇଁ ଚାହଁି ରହିଛି
କେବେ ଆସିବୁ ଦିନ ଗଣୁଛି
ପାନ ଭାଙ୍ଗିବାକୁ ପାନ ରଖିଛି
ନାଲି ଅଳତା ପାଦେ ଲଗାଇଛି
ମୋ ଉପରେ କଲୁ କି ଅଭିମାନ
ବିତି ଗଲା ବର୍ଷ ମାସ ଆଉ ଦିନ
ଦୋଳି ବାନ୍ଧି ସଜ କରିଛି
ପୋଡ଼ ପିଠା ଖାଇବାକୁ ମନ କରିଛି
ସାଙ୍ଗ ସାଥି ମୋର ହେଲେଣି ଆତୁର
ଆଲୋ ରଜ ନ କରି ଉଛୁର
ତିନି ଦିନ ତୁହି ଆମ ସାଥେ ରହିବୁ
ଆମକୁ ହସାଇ ସବୁ ସୁଖ ଦେଇ ବିଦାୟ ନେବୁ
ଗଜରା ମାଳ ମୋ ମହ ମହ ବାସୁଛି
କେବେ ଆସିବୁ ଲୋ ମନ ଖୋଜୁଛି