ଚିଲିଗୁଡା ( ମ ନି ସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କରଚଲା ସ୍ୱାମୀ ଚିଦାନନ୍ଦ ମହାବିଦ୍ୟାଳୟରେ ବିଶ୍ୱ ରକ୍ତଦାନ ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ କଲେଜ ଅଧକ୍ଷ ହିମାଂଶୁ ମୋହନ ସିଂ ଙ୍କ ଅଧକ୍ଷତାରେ ଏକ ରକ୍ତଦାନ ସମନ୍ଦିୟ ସଚେତନତା ଶୋଭାଯାତ୍ରା ବାହାରିଥିଲା ।ଏଥିରେ ମହାବିଦ୍ୟାଳୟର ସମର ଶିକ୍ଷାର୍ଥୀ ବାହିନୀ ର ୫୦ ଜଣ ଛାତ୍ର ଛାତ୍ରୀ ବିଶ୍ୱ ରକ୍ତଦାନ ଦିବସରେ ଯୋଗଦାନ କରି ଗ୍ରାମର କରଚଲା ,ହାବସପୁର ,ଗୌଡ଼ ଛେଣ୍ଡିଆ ଗ୍ରାମକୁ ଯାଇ ଲୋକମାନଙ୍କୁ ରକ୍ତଦାନ ବିଷୟରେ ସ୍ଲୋଗାନ ମାଧ୍ୟମରେ ଲୋକଙ୍କୁ ସଚେତନତା ବାର୍ତା ପ୍ରଦାନ କରିଥିଲେ । ଆଗାମୀ ଦିନରେ ଲୋକମାନେ ଭୟ ନ କରି ସ୍ୱ ଇଛାରେ ରକ୍ତଦାନ କରି ଅନ୍ୟର ଜୀବନ କେମିତି ବଞ୍ଚା ଯିବ ସେ ବିଷୟରେ ଲୋକଙ୍କୁ ଆଲୋକ ପାତ କରିଥିଲେ । ଏଥିରେ କ୍ୟାପଟେନ ଭବାନୀ ଶଙ୍କର ପଣ୍ଡା ,ଅକ୍ଷୟ କୁମାର ହାତୀ ଏବଂ ଶକ୍ତିଶ୍ୟାମ ହାତୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା