ଢେଙ୍କାନାଳ -: ସାରା ରାଜ୍ୟରେ ସମାଜ ର ଜାଗ୍ରତ ପ୍ରହରୀ ସାମ୍ବାଦିକ ମାନଙ୍କୁ ଶିକ୍ଷାନୁଷ୍ଠାନ ଭିତର କୁ କ୍ୟାମେରା ନେଇ ନ ଯିବା, ବିଭାଗୀୟ ଅଧିକାରୀ ଙ୍କ ଅନୁମତି ବିନା ସ୍କୁଲ ଶିକ୍ଷକ, ଛାତ୍ର ଛାତ୍ରୀ ମାନଙ୍କୁ କୌଣସି ପ୍ରକାର ପ୍ରଶ୍ନ ନ ପଚାରିବା ପାଇଁ ବିଭାଗୀୟ ମନ୍ତ୍ରୀ ମାହୋଦୟ ପ୍ରେସ୍ ବିବୃତି ଦେଇଥିଲେ।
କିନ୍ତୁ ଆଜି ଢେଙ୍କାନାଳ ଜିଲ୍ଲାର ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ସାମ୍ବାଦିକ ମାନେ ବିଦ୍ୟାଳୟ ପ୍ରବେଶ କରି ପାରିବେ ବୋଲି ମତ ବ୍ୟକ୍ତ କରିଛନ୍ତି। କିନ୍ତୁ ଶିକ୍ଷାଦାନ ସମୟ ରେ ନୁହେଁ, କ୍ଲାସ୍ ସମାପ୍ତ ପରେ ଯାଇ ପାରିବେ।ଯଦି ଆବଶ୍ୟକ ପଡେ ତେବେ ଅଭିଭାବକ, ପରିଚାଳନା କମିଟି ସହ ଆଲୋଚନା ମଧ୍ୟ କରି ପାରିବେ ବୋଲି ଆଜି ସୂଚନା ଦେଇଛନ୍ତି।
ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜ ହସ୍ତୀଙ୍କ ରିପୋର୍ଟ୍