Uncategorizedସୁକାନ୍ତ ଖଣ୍ଡା ଙ୍କ କବିତା କାହାକୁ ନିଜର ଭାବିବୁ by Sunil Chandra NayakJuly 14, 2022091 Share1 କାହାକୁ ନିଜର ଭାବିବୁ ସୁକାନ୍ତ ଖଣ୍ଡା କାହାକୁ ନିଜର ଭାବିବୁରେ ମନ ଏହି ଏ ସଂସାର ବୁକେ ସଭିଏଁ ଏଠାରେ ଭାରି ସ୍ବାର୍ଥପର ନଜର ରଖିଥା ଟିକେ।୧ ମଣିଷ ପ୍ରକୃତି ମରିଗଲେ ତୁଟେ ଶାସ୍ତ୍ର ଯାହା କହିଥାଏ କେଉଁ ମହାପ୍ରଭୁ ଲେଖି ଯାଇଛନ୍ତି ଅମର ଲେଖନୀଟିଏ।୨ ସ୍ବାର୍ଥଟା ପୂରଣ ହୋଇଗଲେ ସିଏ ବାଟ କାଢ଼ି ଚାଲିଯାଏ ବିଶ୍ବାସ କରିଲେ କ୍ଷତି ସେ କରିବ ଏମିତି କାହିଁକି ହୁଏ?୩ ପ୍ରଶୟ ଦେଲେ ସେ ମୁଣ୍ଡେ ଚଢି଼ଯାଏ କ୍ଷମା ଯଦି ଦେଇ ଦେବୁ ଦୁର୍ବଳ ଭାବିବ ଧୀଟ ହୀନ ଲୋକ ସତର୍କ ମନରେ ଥିବୁ।୪ ସୁଖଟେ ଦେଖିଲେ ବଡ଼ ହିଂସା କରେ ଭଲ ଯଦି ପାଉଥିବୁ ଅବିଶ୍ବାସ କରି ଫନ୍ଦି କରିବ ସେ ଜଳଜଳ ଦେଖୁଥିବୁ।୫ ସତ କହିବୁ ତ ମିଛ ସେ ଭାବିବ ସ୍ବାର୍ଥ ଥିଲେ ଆପଣାର ଆଦର କରିଲେ ଭାରି ଖୋସାମତି ଏମିତି ଏହି ସଂସାର।୬ ସତ ଉପଦେଶ ଯଦି ଦେଉଥିବୁ ମୁହଁକୁ ବୁଲେଇ ଦେବ ସାହାଯ୍ଯ ମାଗିଲେ ଉପଦେଶ ଦେଇ ପାଖରୁ ଚାଲି ସେ ଯିବ।୭ ଏମିତି ବନ୍ଧୁଙ୍କୁ ଦୂରରୁ ଜୁହାର କରୁଥିବୁ ଆରେ ମନ ତେବେ ତୋ ଶରୀର ଶବଳ ରହିବ ନ ହେଲେ ଭାଙ୍ଗିବ ଧ୍ଯାନ।୮ ବଡ଼ କର୍ମଫଳ ଭୋଗିଲି ବୋଲିକି ଭାବୁଥିବୁ ମୁଣ୍ଡ ଧରି ଲୁହର ନଈରେ ଗାଧୋଇବୁ ମନ ଭାଗ୍ଯକୁ ନିନ୍ଦିକି ଝୁରି।୯ ଆରେ ମୂଢ଼ମନ ବୁଝିଯାରେ ବାରେ ଏମିତି ଲୋକଙ୍କୁ ଦେଖି ଦୂରେ ବହୁଦୂରେ ରହିଲେ ହିଁ ଲାଭ ନ ହେଲେରେ ମହାଦୁଃଖୀ।୧୦ ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର