Uncategorizedସୁଜାତା ଦାସ ଙ୍କ କବିତା ତୁମ ପାଇଁ କବିତା ଟେ by Sunil Chandra NayakJuly 22, 2022079 Share0 ତୁମ ପାଇଁ କବିତା ଟେ ମାଉସୀମା ଘରୁ,,, ବାହୁଡିବା ବେଳେ,,,, ମୋଘରେ ପଶିକି ଯିବ, ଏସନ ଫଳିଛି,,,, କେତେ ନୂଆ ଫଳ,,, ସାଥିରେ ପୁଞ୍ଜାଏ ନେବ l ଏକଲା ଆସିବ,,,,, ବାହାନା କରିକି,,, ଆଣିବନି ସାଥୀ କରି, କେଜାଣି କେବେଠୁ,,,,, ଦେଖିନି ତୁମକୁ,,,,, ହୃଦୟ ହୁଅଇ ଝୁରି। କେତେ କଥା ଅଛି,,, ମନରେ ସାଇତା,,, । କହି ଦେବି ସବୁ କଥା, ତୁମ ବିନା ଏଠି,,,,, କେତେ ଯେ ଯନ୍ତ୍ରଣା,,,, ହୃଦୟେ ଭରିଛି ବ୍ୟଥା l ଶବରୀ ପରିକା,,,, କୋଳରେ ବସାଇ,,,, ଖୋଇଦେବି ମିଠା ଫଳ, ପିଜୁଳି ସପୁରୀ,,,,, ପାଚି ମହକୁଚି,,,,, ପାଚିଛି ବି ଜାମୁ ଡୋଳ l ନଡିଆ ଗଛରେ,,,,, ଗୋଟମା ଆସିଲେ,, । ତୂମେ ମନେପଡ ବେଶି, ଶ୍ରୀ ଫଳରେ ପରା,, ଶରଧା ତୁମର,,,,, । ନେଇଯାଅ ହସି ହସି । କଦଳୀ କାନ୍ଦି ରେ,,,, ବୁଦା ଭରି ଅଛି,,,,, ପାଚି ମହକୁଛି ମିଠା, ଆରିସା କାକରା,,,, ଚକୁଳି କରିଛି,,,, କରିଦେବି ପୋଡପିଠା । ବନ୍ଧିଦେବି ସବୁ,,,, ପିନ୍ଧା ପଣତରେ,,,,, ଜତନେ ସଜାଇ ଦେବି, ମଧୁ ମାଳତିରେ,,,, କୁଞ୍ଜ ତିଆରିଚି,,,,, ଆଦରେ ଝୁଲାଇ ଦେବି l ଭୁତାଣୁ ଟା ପରା,,,,, ବଇରୀ ସାଜିଲା,,,,, ବିରହେ ଜଳୁଛି ମନ, ନ ଆସିଲେ ତୁମେ,,,, ବର୍ଷ ବିତି ଯିବ,,,,, ଝୁରିଝୁରି ଯିବ ପ୍ରାଣ । ସୁଜାତା ଦାସ ବାଲେଶ୍ୱର