———————
ଭବାନୀପାଟଣା – ଭବାନୀପାଟଣା ବ୍ଲକ ଠାରେ ନରସିଂହ ବିଷ୍ଣୁ ପ୍ରିୟା ସେବା ଟ୍ରଷ୍ଟ କରୋନା ଯୋଦ୍ଧା ଙ୍କୁ ସଂମ୍ମାନିତ ସମାରୋହ କରାଯାଇଥିଲା. ଏହି ସମାରୋହ ରେ ପ୍ରଥମେ ଅତିଥି ସଂମ୍ମାନିଆ ଶ୍ରୀମତୀ ଲଳିତା ନାଏକ, ସମିତି ସଭ୍ୟା ତଥା ମହିଳା ମୋର୍ଚ୍ଚା ବି ଜେ ଡି ଜିଲ୍ଲା ସଭାନେତ୍ରୀ, ବି ଡି ଓ ଶ୍ରୀମତୀ ପ୍ରିତା କୁମାରୀ, ମା ମାଣିକେଶ୍ବରୀ ଙ୍କ ପୂଜାର୍ଚନା କରିବା ପରେ ସଂମ୍ମାନିତ ସମାରୋହ କୁ ଆଗକୁ ନେଇ ଥିଲେ, ଏବଂ ମଞ୍ଚା ସିନ ଅତିଥି ସଂମ୍ମାନିତ ରାଜ୍ୟ ସଭା ସାଂସଦ ଶ୍ରୀଯୁକ୍ତ ସୁଜିତ କୁମାର, ସଂମ୍ମାନିତ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଦୁଷ୍ମନ୍ତ ନାଏକ, ମାନଙ୍କୁ ପୁଷ୍ପଗୁଛ ପ୍ରଦାନ କରାଯାଇଥିଲା, ଏହି ସମାରୋହ ରେ ବ୍ଲକ ର ସମସ୍ତ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ଏମ. ବି. କେ, ସି ଆର ପି ଇତ୍ୟାଦି ମାନଙ୍କୁ ସଂମ୍ମାନିତ ଅତିଥି ମାନେ ମାନ ପତ୍ର, ଉପହାର ପ୍ରଦାନ କରିଥିଲେ, ଅତିଥି ମାନେ ଗତ ବର୍ଷ ମାନଙ୍କରେ ତଥା କରୋନା ମହାମାରୀ ଆସିବା ଠାରୁ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ମହିଳା ଗୋଷ୍ଠୀ ଇତ୍ୟାଦି ଜୀବନ କୁ ବାଜି ଲଗାଇ ଲୋକଙ୍କୁ ସଚେତନ କରିବା, କରୋନା ରୋଗୀ ମାନଙ୍କୁ ସେବା କରିବା, ଡାକ୍ତର ଖାନା କୁ ପଠାଇବା କାମରେ ଅକ୍ଲାନ୍ତ ସେବା କାମ କରିବା, ପ୍ରବାସୀ ଲୋକଙ୍କୁ ବିଭିନ୍ୟ ପ୍ରକାର ସହାୟତା ଯୋଗାଇବା କାର୍ଯ୍ୟକ୍ରମ ପୂର୍ଣ୍ଣ ସହଯୋଗ କରିଥିବାରୁ ସମସ୍ତ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ଏବଂ ସଂମ୍ମାନିତ କରିଥିଲେ, ସହ ସହ କର୍ମୀ ମାନେ ଉପସ୍ଥିତ ରହି ସଂମ୍ମାନ ଗ୍ରହଣ କରି ଖୁସି ଥିଲେ,,।