ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୁଲିସ ନକଲି କୃଷି ଅଧିକାରୀ କୃଷି ଋଣ କରିବା ନାମରେ ଠକେଇ ଜଣେ କୋର୍ଟ ଚାଲାଣ । ପୁଲିସ ସୂତ୍ରରୁ ପ୍ରକାଶ ଯେ ନକୁଳ ବେନୂଆ ବୟସ (୪୦) ପିତା ତେଜୁ ନାରାୟଣ ବେନୁଆ ଗ୍ରାମ ଚ୍ୟାରମେନ ପଡା, ଥାନା ତୁରେକେଲା, ଜିଲ୍ଲା ବଲାଙ୍ଗୀର । ନିଜକୁ କୃଷି ଅଧିକାରୀ କହି କୃଷି ଋଣ କରିଦେବା ନାମରେ ଥବିର ଘିଭେଳା, ପିତା ହରି ଘିଭେଲା, ଗ୍ରାମ ଖୁଦପେଜ, ଥାନା ଖଡ଼ିଆଳ ଙ୍କ ଠାରୁ ଦୁଇ କିସ୍ତି ରେ ପ୍ରଥମ କିସ୍ତି ୨୩ ଜୁଲାଇରେ ୩୫୦୦ ଟଙ୍କା ଓ ଦ୍ୱିତୀୟ କିସ୍ତି ୨୪ ଜୁଲାଇ ୩୫୦୦ ଟଙ୍କା ହିସାବରେ ୭୦୦୦ ଟଙ୍କା ଦେଇଥିଲେ । ଶ୍ରୀ ଘିଭେଳା ଦୁଇ କିସ୍ତି ହିସାବରେ ୭୦୦୦ ଟଙ୍କା ଖଡ଼ିଆଳ ମେଡିକାଲ ଛକ ଠାରେ ଦେବା ପରେ ଆଉ ୭୦୦୦ ଟଙ୍କା ଦେଲେ ଋଣ ହେବ ବୋଲି କହିଥିଲେ । ଫଳରେ ଶ୍ରୀ ଘିଭେଳା ନିରାଶ ହୋଇ ଖଡ଼ିଆଳ ଥାନାରେ ୨୬ ଜୁଲାଇ ରେ ଅଭିଯୋଗ କରିଥିଲେ । ଶ୍ରୀ ଘିଭେଳାଙ୍କ ଅଭିଯୋଗକୁ ଭିତି କରି ଖଡ଼ିଆଳ ପୁଲିସ ଯୋଜନା ବଦ୍ଧ ଭାବରେ ଘିଭେଳାଙ୍କୁ ଆଉ ୭୦୦୦ ଟଙ୍କା ଦେବା ପାଇଁ କହି ନକଲି କୃଷି ଅଧିକାରୀ ନକୁଳ ବେନୁଆଁଙ୍କୁ ଖଡ଼ିଆଳ ମେଡ଼ିକାଲ ଛକରେ ୭୦୦୦ ଟଙ୍କା ଦେବା ବେଳେ ପୁଲିସ ଟଙ୍କା ସହିତ କାବୁ କରିଥିଲେ । ନକଲି କୃଷି ଅଧିକାରୀ ନକୁଳ ବେନୁଆ ତିନୋଟି ଫୋନ ରଖି ନିଜେ ଅନ୍ୟ ଭାଷା ବ୍ୟବହାର କରି ଉପରିସ୍ଥ ଅଧିକାରୀ ନାମରେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କ ସହିତ କଥା ହେଉଥିଲେ । ତାଙ୍କ ଠାରୁ ୭୦୦୦ ଟଙ୍କା , ବ୍ୟବହାର କରୁଥିବା ତିନୋଟି ମୋବାଇଲ ଫୋନ, ଗୋଟିଏ ମୋଟର ସାଇକେଲ ଓଡ଼ି ୦୩ ଭି ୩୦୩୮ କୁ ଜବତ କରିଛି । ପୁଲିସ ସୁତରୁ ପ୍ରକାଶ ଯେ ନକୁଳ ବେନୁଆ ଜଣେ ଅନ୍ତଃ ଜିଲ୍ଲା ଅପରାଧୀ ତାଙ୍କ ନାମରେ ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନାରେ ୧୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ମାମଲା ୫୮/୨୦୧୪ ମସିହାରେ ୨ ବର୍ଷ ଜେଲ ଦଣ୍ଡ ଭୋଗିଥିଲେ । ସେହିପରି ବଙ୍ଗୋମୁଣ୍ଡା ଥାନାରେ ୨ ଲକ୍ଷ ଟଙ୍କା ଠକେଇ ମାମଲାରେ ୭୨/ ୨୦୧୬ ମାମଲା ବିଚାରଧିନ ଅଛି । ବଲାଙ୍ଗୀର ଜିଲ୍ଲା ପରେ ନୂଆପଡା ଜିଲ୍ଲା ସିନାପାଲି ଥାନାରେ ୧୩,୫୩, ୫୦୦ ଠକେଇ ମାମଲା ୨୪/୨୦୦୦ ଅଛି , କୋମନା ଥାନାରେ ୫,୨୫,୦୦୦ ଠକେଇ ମାମଲା ୨୧/୨୦୦୦ ମାମଲା ଥିବାବେଳେ, ଖରିଆରରୋଡ ଥାନାରେ ୨୩,୫୦,୦୦ ଠକେଇ ମାମଲା ରହିଛି । ନକୁଳ ବିଭିନ୍ନ ପ୍ରକାର ଭାଷା ଜାଣିଥିବା ବେଳେ ଯେ କୋୖଣସି ଲୋକ ତାର ମଧୁର କଥାରେ ପଡି ଠକାମୀର ଶିକାର ହେଉଥିଲେ ବୋଲି ଖଡ଼ିଆଳ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଳି ପ୍ରକାଶ କରିଛନ୍ତି ।
ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ