ନୂଆପଡା ଜିଲ୍ଲା ଖଡ଼ିଆଳ ରାଜା ଦରବାରଠାରେ ଖଡ଼ିଆଳ ସାହିତ୍ୟ ସମିତି ଆନୁକୂଲ୍ୟରେ ସ୍ୱଭାବକବି ଗଙ୍ଗାଧର ମେହେର ଜୟନ୍ତୀ ପାଳନ ଅବସରରେ ଅତିଥି ମାନେ ଯୋଗଦେଇ ଗଙ୍ଗାଧର ମେହେର ହେଉଛନ୍ତି ଆଲୋକ ଓ ଅମୃତର କବି ବୋଲି କହନ୍ତି। ସମାରୋହରେ ବିଶିଷ୍ଟ ସାହିତ୍ୟିକ ବଳଭଦ୍ର ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ବାରିକ, ମୁଖ୍ୟବକ୍ତା ଭାବରେ ଭୁବନେଶ୍ୱରର ପ୍ରଥିତଯଶା ସାହିତ୍ଯିକ ହରିଶ୍ଚନ୍ଦ୍ର ବେହେରା ଓ ସମ୍ମାନିତ ଅତିଥି ଭାବରେ ପଟ୍ଟାୟତ କବି ନୀଳଲୋହିତ ସିଂହ ଦେବ ଯୋଗଦାନ କରିଥିଲେ। ସମିତିର ସଂପାଦକ କବି ଗୌରାଙ୍ଗ କୁମାର ସାହୁ ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଯୁଗ୍ମ ସଂପାଦକ ଆଦିତ୍ୟ ନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ବିଶିଷ୍ଟ କଣ୍ଠଶିଳ୍ପୀ ନନ୍ଦଲାଲ ବାରିକ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ। କବି ଅଶୋକ କୁମାର ବେହେରା, କ୍ଷେମସାଗର ସାହୁ, ନିକିତା ମହାଉତି ଓ ପ୍ରବାସିନୀ ଯୋଷୀ ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ସମାରୋହରେ ଗୀତାଶ୍ରୀ ପ୍ରିୟମ୍ବଦା, ସୁରେଶ୍ୱରୀ ବାଗ, ସତୀଶ କୁମାର ପଟ୍ଟନାୟକ, ନବୀନ କିଶୋର ପାଢ଼ୀ,ପ୍ରମୁଖ କବି ଏବଂ ସାହିତ୍ୟ ସାଧକ ମାନେ ଯୋଗ ଦେଇଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ