Uncategorizedଅଚ୍ୟୁତାନନ୍ଦ ଧଳ ଙ୍କ କବିତା ଆମ ଦେଶ ସ୍ଵାଧୀନ କିନ୍ତୁ ଆମେ ନୁହଁ by Sunil Chandra NayakAugust 14, 2022085 Share0 ଆମ ଦେଶ ସ୍ଵାଧୀନ କିନ୍ତୁ ଆମେ ନୁହଁ ଦେଶ ମନାଉଛି ଅମୃତ ମହୋତ୍ସବ ଲାଗୁଛି ଭାରି ବଢିଆ, ତ୍ରିରଙ୍ଗା ଉଡ଼ିବ ସବୁରି ଜାଗାରେ ସୁନ୍ଦର ଦିଶିବ ଗାଆଁ। ସ୍ୱାଧୀନ ଦେଶର ନାଗରିକ ଆମେ ମାନିବୁ ଦେଶର ନୀତି, ଦେଶର ହିତରେ ଆମେ ସବୁ ଏକ ଏକଥା ସବୁ ଜାଣନ୍ତି। କିନ୍ତୁ ମାନ୍ୟବର ଭୁଲି ତୁମେ ଗଲ ତ୍ରିରଙ୍ଗା ବାଣ୍ଟିବା ପାଇଁ, ଚାଉଳ ବାଣ୍ଟୁଛ ଟଙ୍କା ଟିଏ ନେଇ ଟ୍ୟାକ୍ସ ପେ ଟ୍ୟାକ୍ସ ଲଗାଇ। ମୁଢ଼ି ଚାଉଳରେ ଟିକସ ପୁଣି ତ ମୁଢ଼ିରେ ଲାଗିଲା ଟ୍ୟାକ୍ସ, ଧାନରେ ଲାଗିଲା ଟିକସ ପୁଣିଯେ ଚୁଡ଼ାରେ ଲାଗଇ ଟ୍ୟାକ୍ସ। ଘରୁ ବାହାରିକି ଯେଉଁଆଡେ ଯାଅ ଫେରିବାଟା ତୟ ନାହିଁ, ଟିକିଏ କଥାରେ ହାଣ ମାର କାଟ ଲୁଣ୍ଠନ ଯେ ହୋଇଥାଇ। ସୁନା ପିନ୍ଧିବାକୁ ଡରିଲେଣି ଲୋକେ ଟାଣିନେବେ କାନ ଚିରି, ଏକଲା ଝିଅଟେ ସୁରକ୍ଷିତ ନୁହେଁ ଯିବାକୁ ବଜାର କରି। କାନୁନ୍ ବ୍ୟବସ୍ଥା ଅସ୍ତବ୍ୟସ୍ତ ଆଜି ଶୃଙ୍ଖଳା ନାହିଁ କେଉଁଠି, ସବୁ ଆଡ଼େ ଖାଲି ଲାଞ୍ଚ କାରବାର ଅନ୍ୟାୟ ର ଜୟ ଏଠି। ଚାଷର ଅବସ୍ଥା ନ କହିବା ଭଲ ପ୍ରକୃତି ସାଜଇ ଦାଉ, ପ୍ରୋତ୍ସାହନ ଖାଲି ଲୋକଦେଖାଣିଆ ଦଲାଲ ଖାଆନ୍ତି ଭାଉ। ସ୍ୱାଧୀନ ହୋଇଛି ଭାରତ ଆମର ଆମେ କିନ୍ତୁ ପରାଧୀନ, ଆମ ସ୍ୱତନ୍ତ୍ରତା ବନ୍ଧା ପଡ଼ିଅଛି ଲାଞ୍ଚୁଆ ହାତରେ ଜାଣ। ଆସ ଆଉଥରେ ଲଢେଇ କରିବା ନିଜ ସ୍ଵାଧୀନତା ପାଇଁ, ଦୂର କରିଦେବା ଲାଞ୍ଚୁଆକୁ ଏଠି ଉଚିତ୍ ଶିକ୍ଷାଟି ଦେଇ। ଉଡ଼ାଇ ତ୍ରିରଙ୍ଗା ନେବାରେ ଶପଥ ଦେଶକୁ ଗଢ଼ିବା ପାଇଁ, ମନେ ପକାଇବା ବୀର ଶହୀଦ ଙ୍କୁ ଶ୍ରଦ୍ଧା ସୁମନ ଜଣାଇ। ଜୟ ହିନ୍ଦ୍, ଜୟ ଯବାନ ଜୟ କିଶାନ। ଅଚ୍ୟୁତାନନ୍ଦ ଧଳ ଶାସନଖାସ୍ , ତିହିଡ଼ି , ଭଦ୍ରକ