ନବରଙ୍ଗପୁର -(ମନିସ) ନବରଙ୍ଗପୁର ଜିଲ୍ଲାରେ ମହା ସମାରୋହରେ ପାଳିତ ହୋଇଯାଇଛି ୭୬ ତମ ସ୍ୱାଧୀନତା ଦିବସ । ସ୍ଥାନୀୟ ପୋଲିସ ରିଜର୍ଭ ପଡିଆରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ନବରଙ୍ଗପୁର ଲୋକପ୍ରିୟ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ପତାକା ଉତ୍ତୋଳନ କରିଥିଲେ । ଚଳିତ ବର୍ଷ ପ୍ୟାରେଡ଼କୁ ବାଦ ଦିଆଯାଇଥିବା ବେଳେ ପୋଲିସ ବିଭାଗ ତରଫରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ଏହାସହ କରୋନା କଟକଣା ମଧ୍ୟରେ କାର୍ଯ୍ୟକ୍ରମ କୁ ସୀମିତ ରଖାଯାଇଥିଲା I ନିଜ ଅଭିଭାଷଣ ରେ ଜିଲ୍ଲାପାଳ ସ୍ଵାଧୀନତା ସଂଗ୍ରାମରେ ନବରଙ୍ଗପୁର ଜିଲ୍ଲା ର ଭୂମିକା ବିଷୟରେ ସ୍ମୃତି ଚାରଣ କରିବା ସହିତ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମିମାନଙ୍କ ବଳିଦାନ କୁ ପ୍ରଶଂସା କରିଥିଲେ I ଏହାସହ କାର୍ଯ୍ୟକ୍ରମ ରେ ନବରଙ୍ଗପୁର ମୁନୁସିପାଲିଟି ଓ ସ୍ୱାସ୍ଥ୍ୟ ବିଭାଗ ର ୨୧ ଜଣ କୋରନା ଯୋଦ୍ଧା ଙ୍କୁ ସମ୍ମାନିତ କରାଯାଇ ଥିବାବେଳେ ବହୁ ସାହାସିକତା କାର୍ଜ୍ୟ କରିଥିବା ବ୍ୟକ୍ତି/ଯୁବକ ମାନଙ୍କୁ ମଧ୍ୟ ପୁରସ୍କ୍ରୁତ କରାଯାଇଥିଲା । ସାମାଜିକ କ୍ଷେତ୍ରରେ ଓ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତି ଙ୍କୁ ପୁରସ୍କୃତ କରାଯାଇଥିଲା । କରୋନା କଟକଣା ପାଇଁ କାର୍ଯ୍ୟକ୍ରମ କୁ ସୀମିତ ରଖାଯାଇଥିଲା ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।