ନୂଆପଡା, ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରାଜାଏଟି ଖେଳ ପଡିଆ ଠାରେ ୧୩ ତମ ରାଜା ଅନୁପ ସିଂହ ମେମୋରିଆଲ ଫୁଟବଲ ଟୁର୍ଣ୍ଣଆମେଣ୍ଟ ଫାଇନଲ ଖେଳରେ ଭୋଜପୁର ସହିତ ଜୁରାବନ୍ଧ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଭୋଜପୁର ଦଳ ୧-୦ ଗୋଲରେ ବିଜୟୀ ହୋଇଛି । ମଞ୍ଚ ପରିଚାଳନା କରିଥିଲେ ଟୁନା ନାୟକ ।ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ନଗର ପାଳ ଉଜ୍ଜ୍ୱଳ ଗୁପ୍ତା ଓ ସମ୍ମାନୀତ ଅତିଥି ଭାବେ ବିଜେଡି କଳାହାଣ୍ଡି ନିଲ ଲୋହିତ ସିଂହ ଦେବ , ଖଡ଼ିଆଳ ଏନେସି ୧୩ ଗୋଟି ୱାଡ଼ କାଉନସିଲର ୧୩ ଜଣ ଉପସ୍ଥିତ ଥିଲେ । ରେଫରି ଭାବେ ତାପସ ରଞ୍ଜନ ପତି, ଅମୂଲ୍ୟ ବାରିକ , ସୌରଭ ପଣ୍ଡା, ସୁଶାନ୍ତ ସ୍ୱାଇଁ । ସହଯୋଗ କରିଥିଲେ ବିବେକ ଗୌଡ଼ ,ପ୍ରଭୁ ଗୌଡ଼ , ଅକିମ ରାଜା , ଜିଣ୍ଟ ମହାପାତ୍ର ସହଯୋଗ କରିଥିଲେ । ଧାରା ବିବରଣୀ ପ୍ରକାଶ ଚନ୍ଦ୍ର ପାତ୍ର ସମ୍ପାଦନ କରିଥିଲେ । ଫୁଟବଲ ମ୍ୟାଚକୁ ରାଜା ଅନୁପ ସିଂହ ଦେବଙ୍କ ନାତି ଅଙ୍କିତ ସିଂହ ଦେଓ ନେତୃତ୍ବରେ ଅନୁଷ୍ଟିତ ହୋଥିଲା । ବିଜେତା ଦଳକୁ ସାତ ହଜାର ଓ ଟ୍ରଫି , ରନର୍ସ ପାଞ୍ଚ ହଜାର ଓ ଟ୍ରଫି ପ୍ରଦାନ କରିଥିଲେ।
ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ