- ଥୁଆମୂଳ ରାମପୁର :- : – ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀ ଙ୍କ ପାଠପଢାରେ ଉନ୍ନତି ଆଣିବା ନିମନ୍ତେ ବିଭିନ୍ନ ପ୍ରକାର ଯୋଜନା ହାତକୁ ନେଇଛନ୍ତି। ସେଅନୁପାତରେ ଅର୍ଥ ମଧ୍ୟ ଖର୍ଚ୍ଚ କରୁଛନ୍ତି, ହେଲେ ଆଜିବି ଅନେକ ସ୍ଥାନରେ ବିଦ୍ଯାଳୟ ଗୃହ ଗୁଡିକର ଅବସ୍ଥାରେ ଉନ୍ନତି ଆଣିବାରେ ବିପଳ ହୋଇଛି। ଏପରି ଏକ ଦୃଶ୍ଯ ସମ୍ମାନକୁ ଆସିଛି ତାହା ହେଲା କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ ବିଜମରା ଗ୍ରାମରେ ଥିବା ସରକାର ପ୍ରାଥମିକ ବିଦ୍ଯାଳୟ ଯାହାକି କୋଭିଡ କଟକଣା ୧୮ ମାସ ପରେ ଖୋଲିବ ପ୍ରାଥମିକ ବିଦ୍ୟାଳୟ। ସେଥିରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାମାନେ ଯିବେ ବିଦ୍ୟାଳୟ। ଏବେ ବିଜମରା ର ସରକାରୀ ପ୍ରାଥମିକ ବିଦ୍ଯାଳୟ ଅବସ୍ଥା ଶୋଚନୀୟ ଅବସ୍ଥାରେ ପଡିଛି। ବିଦ୍ୟାଳୟ ମରାମତି ପାଇଁ କିଛି ମାସ ତଳେ ୩ଲକ୍ଷ ୩୩ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିଲା। ବିଦ୍ୟାଳୟ ମରାମତି ନେଇ ବିଭାଗୀୟ କାର୍ଯ୍ଯଧାରା ଅନୁଯାୟୀ ନିର୍ଦ୍ଦେଶ ଦିଆଯାଇଛି। ବ୍ଳକର କନିଷ୍ଠ ଯନ୍ତ୍ରୀ ଶ୍ରୀ ଶିବ କୁମାର ବେହେରାଙ୍କୁ ମରାମତି ଦାୟିତ୍ୱ ଦିଆଯାଇଛି। ତେଣୁ ଗତ ତିନି ମାସ ତଳେ ବିଦ୍ୟାଳୟ ର ଛାତକୁ କାଢି ଦିଆଯାଇଛି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ବିଦ୍ୟାଳୟ ମରାମତି କାମ ଠପ୍ ରହିଅଛି। ତେବେ ଏଠାରେ ପ୍ରଶ୍ନବାଚୀ ସୃଷ୍ଟି କରୁଅଛି ଯେ, ଛାତ୍ରଛାତ୍ରୀ ପାଠପଢିବା ପାଇଁ ଆସିଲେ ବସିବେ କେଉଁଠି। ଶିକ୍ଷକ ଶିକ୍ଷୟତ୍ରୀ କେଉଁ ଭଳି ଶିକ୍ଷା ଦାନ କରିବେ ସେ ପ୍ରଶ୍ନ ଏବେ ଉଠାଇଛନ୍ତି ଅବିଭାବକ ଓ ବିଦ୍ଯାଳୟ ପରିଚାଳନା କମିଟି ସଦସ୍ୟ। ଆଗକୁ ବିଦ୍ୟାଳୟ ଖୋଲା ହେବ ହେଲେ ମରାମତି କାର୍ଯ୍ଯ କେବେ ସମ୍ପୂର୍ଣ୍ଣ ହେବ ବିଭିନ୍ନ ମହଲରେ ଆଲୋଚନାର ବିଷୟ ପାଲଟିଛି। ସେ ଯାହା ହେଉନା କାହିଁକି ଯଥାଶୀଘ୍ର ଉକ୍ତ ପ୍ରାଥମିକ ବିଦ୍ୟାଳୟ ର ମରାମତି ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଉ।(ବଳଭଦ୍ର ବାଗଙ୍କ ରିପୋର୍ଟ)