କୋକସରା,୧୭/୮- ( ମ ନି ସ ) ଆଜାଦି କି ଅମୃତ ମହୋତ୍ସବ ଓ ସ୍ୱାଧୀନତା ଦିବସକୁ ନେଇ ସହଠୁ ପଲ୍ଲିରେ ଉତ୍ସବ ମୁଖର ପରିବେଶରେ ଜାତୀୟ ପତକା ଉତ୍ତୋଳନ କରାଯାଇଥିବା ବେଳେ କୋକସରା ବ୍ଲକ ମହିମା ପଞ୍ଚାୟତର ତେନ୍ତୁଳି ପଡାରେ ରହିଥିବା ଅଙ୍ଗନବାଡି କେନ୍ଦ୍ରରେ ସ୍ୱାଧୀନତା ଦିବସ ପାଳନ କରାଯାଇନାହିଁ। ଯାହାକୁ ନେଇ ସ୍ଥାନୀୟ ପିଲାଙ୍କ ଅଭିଭାବକ ଓ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ସ୍ୱାଧୀନତା ଦିବସକୁ ନେଇ ତେନ୍ତୁଳିପଡା ଅଙ୍ଗନବାଡି କେନ୍ଦ୍ର କୋମଲମତି ପିଲାମାନେ ସକାଳୁ ଘରୁ ସଜବାଜ ହୋଇ କେନ୍ଦ୍ରରେ ପହଞ୍ଚିଥିଲେ ହେଲେ ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ମଧ୍ୟ ଅଙ୍ଗନବାଡି ଦିଦି କେନ୍ଦ୍ରକୁ ଆସିନଥିଲେ। ଯାହାକୁ ନେଇ କେନ୍ଦ୍ରରେ ପଢ଼ୁଥିବା ପିଲାମାନେ ନିଜର ବାପା ମା ଙ୍କୁ ଜଣାଇବା ପରେ ଅଭିଭାବକ ଓ ଗ୍ରାମବାସୀ ମାନେ ଅଙ୍ଗନବାଡି କେନ୍ଦ୍ର ନିକଟରେ ଆସି ଅସନ୍ତୋଷ ବ୍ୟକ୍ତ କରିବା ସହ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଅଭିଯୋଗ କରିଛନ୍ତି। ଗ୍ରାମର ୱାର୍ଡ ମେମ୍ବର ଗୀତା ଭରତିଆ, ମଙ୍ଗରାଜ ଭକ୍ତ, ସନାତନ ସୁନାନୀ, ଯୁଗେଶ୍ୱର ବାଣୁଆ, ଇନ୍ଦୁରେଖା ଭକ୍ତ, କ୍ଷିତିସୁତା ମେହେର, ଜୟନ୍ତି ବାଣୁଆ ଏନେଇ କୋକସରା ଭାରପ୍ରାପ୍ତ ଦାୟିତ୍ୱରେ ସିଡିପିଓ ସରୋଜା ଦେବୀଙ୍କ ପ୍ରତିକ୍ରିୟା ନେବାରୁ ସ୍ୱାଧୀନତା ଦିବସ ଦିନ ପ୍ରବଳ ବର୍ଷା ଓ ଅଙ୍ଗନବାଡି କର୍ମୀର ପୁଅର ଜ୍ୱର ହେଉଥିବା କାରଣରୁ ସେ ଯାଇ ପାରି ନଥିଲେ, ତାଙ୍କୁ ତାଗିଦ କରାଯାଇଛି ବୋଳି କହିଛନ୍ତି।