ଜଗତଜନନୀ ମା ଦୁର୍ଗା ଙ୍କ ଆଗମନ ଧରାପୃଷ୍ଠକୁ ଖୁବ୍ ଶୀଘ୍ର।ଏ ନେଇ ସବୁ ମହଲ ଓ ପୂଜା କମିଟି ରେ ତତ୍ପରତା ପ୍ରକାଶ ପାଇଲାଣି
ରାଉରକେଲା /ସେକ୍ଟର -୧ ଦୁର୍ଗା ପୂଜା କମିଟି (ପୁରୁଣା) ରାଉରକେଲା ରେ ମା ଙ୍କ ମୂର୍ତ୍ତି, ପୂଜା ପେଣ୍ଡାଲ, ସାଜସଜ୍ଜା ଆଦି ରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଆସିଛି। ଏହି କମିଟି ବିଧି ଅନୁସାରେ ପୂଜା କରୁଥିବା ବେଳେ ଜନ୍ମାଷ୍ଟମୀ ରୁ ମା ଙ୍କ ମୃଣ୍ମୟ ମୂର୍ତ୍ତି ନିମନ୍ତେ ମାଟି ପୂଜା ହୋଇଥାଏ। ଚଳିତ ବର୍ଷ ଆଜି ଜନ୍ମାଷ୍ଟମୀ ରେ ବୈକୁଣ୍ଠ ଘାଟରେ ଏହି ପୂଜା ସମାପନ ହୋଇଥିଲା।କର୍ତ୍ତା ଚନ୍ଦ୍ରମଣି ଜେନା ଓ ପୂଜକ ସମସ୍ତ ରୀତିନୀତି ଅନୁସାରେ ପୂଜା କରିବା ପରେ ନଦୀ ଗର୍ଭରୁ ମାଟି ସଂଗ୍ରହ କରାଯାଇଥିଲା। ଏହି ପୂଜା ସମାପନ ଅବସରରେ କମିଟି ର ସଭାପତି ବନଜ ପରିଡ଼ା, ସାଧାରଣ ସମ୍ପାଦକ ମୁକ୍ତିକାନ୍ତ ବେହେରା କାର୍ଯ୍ୟକାରୀ ସଭାପତି ମୀନ କେତନ ରାଉତ, କୋଷାଧ୍ୟକ୍ଷ ଗଣପତି ସାହୁ ଙ୍କ ସମେତ ଉପଦେଷ୍ଟା କୈଳାସ ଚନ୍ଦ୍ର ପ୍ରଧାନ ବରିଷ୍ଠ କମିଟି ସଦସ୍ୟ ମାନଙ୍କ ମଧ୍ୟରେ ମଧୁ ମହାପାତ୍ର, ସରୋଜ ଦାସ, ପ୍ରହ୍ଲାଦ ନାୟକ, ଦିଗାମ୍ବର ଶତପଥୀ, ବିରେନ ମାହାନ୍ତି, ଅଜିତ ନାୟକ, ସୁକାନ୍ତ ମହାପାତ୍ର, ପ୍ରଭାତ ମାହାନ୍ତି, ପ୍ରଦୀପ ପଣ୍ଡା, ବିକାଶ ଚୈଧୁରୀ, ପ୍ରଦୀପ ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ।ବଂଶିଧର ଜେନା ଙ୍କ ନେତୃତ୍ବରେ ସେକ୍ଟର ୧ କାଳୀ ମନ୍ଦିର କୀର୍ତ୍ତନ ମଣ୍ଡଳୀ ଏହି ଅବସରରେ ନାମ ସଂକୀର୍ତ୍ତନ କରିଥିଲେ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ