କୋଷାଗୁମୁଡା୧୯।୦୮ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ସଦର ମହକୁମା ଆର.ଏମ.ସି. ମାର୍କେଟ କମ୍ପ୍ଲେକ୍ସଠାରେ ଆକସ୍ମିକ ଭାବେ ପଡିଯାଇ ଜଣକର ମୃତ ହୋଇଥିଲା। ମୃତକ ଜଣକ ହେଲେ କୋଡିଙ୍ଗା ପଞ୍ଚାୟତ ରତାଖଣ୍ଡିଗୁଡା ଗ୍ରାମର ଘାସିରାମ ମାଝି(୭୫) । ସୂଚନା ଅନୁଯାୟୀ ବର୍ଷ ହେବ ଘାସିରାମ ଗାଁରେ ନ ରହି ଏଣେତେଣେ ବୁଲାବୁଲି କରି ରହୁଥିଲେ । ୩ମାସ ହେଲା ଘାସିରାମ କୋଷାଗୁମୁଡାଠାରେ ରହିଆସୁଥିଲା । ସକାଳ ସମୟରେ ଗାଧୁଆ ପରେ ଆର.ଏମ.ସି. ମାର୍କେଟ କମ୍ପ୍ଲେକ୍ସକୁ ଆସି ହଠାତ ପଡିଯାଇ ମୃତ୍ୟୁବରଣ କରିଥିଲା । ଲୋକେ ଦେଖି ସ୍ଥାନୀୟ ପୋଲିସ ଓ ରତାଖଣ୍ଡିଗୁଡା ଗ୍ରାମରେ ଥିବା ଝିଅ ଜ୍ଵାଇଁକୁ ସୂଚନା ଦେଇଥିଲେ । ଏନେଇ ଝିଅ ରତ୍ନା ମାଝି କୋଷାଗୁମୁଡା ଥାନାରେ ଏକ ଏତଲା ଦାୟାର କରିବା ପରେ ପୋଲିସ ୧୦/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା କୋଷାଗୁମୁଡା ଥାନା ଏ ଏସ୍ ଆଇ ସୂଚନା ଦେଇଛନ୍ତି I
କୋଷାଗୁମୁଡା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ