କିଏ ଆସେରେ
ଧରଣୀର ଦୁଃଖ ବିନାଶ ପାଇଁକି
କିଏ ଆସେ ବାରମ୍ବାର
ସବୁ ପାପ ତାପ ନିଜ ହାତେ ପୋଛି
ଗଢିଛ ସୃଷ୍ଟି ସମ୍ଭାର
ନିଖୁଣ ବିନ୍ଧାଣି ସଜାଇଛ ସୃଷ୍ଟି
ତୁମେକି ସେ ବଂଶୀ ଧର
ଧରଣୀର ଦୁଃଖ ବିନାଶ ପାଇଁକି
କିଏ ଆସେ ବାରମ୍ବାର…………….
ସେନେହଁ ରଙ୍କୁଣୀ ଯଶୋଦା ମାଆ ର
ଅଟ କି ଗେଲ୍ହା ଦୁଲାଳ
ବଗିନୀ ପଣରେ ଦ୍ରୌପଦୀ ର ମାନ
ରଖିଥିଲ ନିଳୋତ୍ପଳ
ଆହେ ରଙ୍ଗାଧର ପନଙ୍ଗ ରାମହେ
ଜଗତ କର ଉଦ୍ଧାର
ଧରଣୀ ର ଦୁଃଖ ବିନାଶ ପାଇଁକି
କିଏ ଆସେ ବାରମ୍ବାର……………….
ଅଷ୍ଟମଲ୍ହ ମାରି ତୁମେ ତ୍ରିପୁରାରୀ
ଶେଷେ ମାମୁଁ କଂସାସୁର
ଗରବ ଗଂଜିଲ ଯଶ ରଖିଗଲ
ହୋଇ ତୁମେ ଚକ୍ରଧର
ନନ୍ଦ ଘରେ ଶୁଭେ ଆହାକି ନନ୍ଦ ମୋ
କୋଳରେ ଗୋବିନ୍ଦ ମୋର
ଧରଣୀ ର ଦୁଃଖ ବିନାଶ ପାଇଁକି
କିଏ ଆସେ ବାରମ୍ବାର……………….
ସିତାଂଶୁ ଜେନା