ନୂଆପଡା : କିଶୋର କିଶୋରୀ ଙ୍କୁ ମିଳିବ ଟୀକା । ଆହୁରି ସଶକ୍ତ ହେବ କରୋନା ବିରୋଧୀ ଲଢେଇ ।ଏହି ଉଦ୍ଧେଶ୍ୟ ନେଇ ଆଜି ସାରା ଭାରତ ବର୍ଷରେ ୧୫-୧୮ ବର୍ଷ ବୟସ ର ପୁଅ ଝିଅ ଙ୍କ ଟିକାକରଣ ଆରମ୍ଭ ହୋଇ ଯାଇଛି । ଏହି ପରିପ୍ରେକ୍ଷୀ ରେ ନୂଆପଡା ଜିଲ୍ଲା ର ପାଞ୍ଚ ଗୋଟି ବ୍ଲକ ରେ ମଧ୍ୟ ଏହା ଆରମ୍ଭ ହୋଇଯାଇଛି ।
- ସାରା ଦେଶରେ ଆରମ୍ଭ ହୋଇଛି କିଶୋର ଙ୍କ ଟୀକା କରଣ l ଆଜି ନୂଆପଡା ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି ଛି ଏହି ଟୀକା କରଣ ପ୍ରକ୍ରିୟା l ଜିଲ୍ଲାର ନୂଆପଡା, ଖଡ଼ିଆଳ, ବୋଡେ଼ନ, ସିନାପାଲି, କୋମନା ଠାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ପ୍ରଥମ ଡୋଜ ଟୀକା ନେବା ର ୨୮ ଦିନ ପରେ ଦ୍ଵିତୀୟ ଡୋଜ ଦିଆହେବ ଏଥିରେ ଜିଲ୍ଲାର ୩୩ ହଜାର କିଶୋର କିଶୋରୀ ଙ୍କୁ ଟୀକା ଦେବାର ଲକ୍ଷ ରଖାଯାଇଥିବା ବେଳେ ଆସନ୍ତା ଏକ ମାସ ମଧ୍ୟରେ ସମାପନ କରିବା କୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ବ୍ୟବସ୍ଥା କରିଛି ବୋଲି ଜିଲ୍ଲା ADMO ଡ଼ଃ ବିନୋଦ ବିହାରୀ ରଥ ପ୍ରକାଶ କରିଛନ୍ତି । ସେହିଭଳି ଏହି ଟୀକା ନେବାକୁ କିଶୋର କିଶୋରୀ ମାନଙ୍କ ମଧ୍ୟରେ ଆଗ୍ରହ ଦେଖା ଦେଇଥିବା ବେଳେ ଟୀକା ନେଇ ନିଜେ ଖୁସିବ୍ୟକ୍ତ ହେବା ସହ ସାଙ୍ଗସାଥି ଙ୍କୁ ଟୀକା ନେଇ ଦେଶକୁ କରୋନା ଲଢେଇ ରେ ବିଜୟୀ କରିବା ପାଇଁ ଟୀକା ନେଇଥିବା କିଶୋର କିଶୋରୀ ଆହ୍ୱାନ କରିଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ