Uncategorizedଅଚ୍ୟୁତାନନ୍ଦ ଧଳ ଙ୍କ କବିତା ମୌସୁମୀ by Sunil Chandra NayakAugust 25, 20220102 Share0 ମୌସୁମୀ କି କିମିଆ ଜାଣୁ କହରେ ମୌସୁମୀ ବାରିଦରୁ ଆଣୁ ବାରି, ସଜାଇ ତାହାକୁ ବଉଦ ମାଳାରେ ବରଷାଉ ବିନ୍ଦୁ କରି। ତୃଷାର୍ତ୍ତ ଧରଣୀ ଅପେକ୍ଷାରେ ଅଛି ଅନାଇ ଚାତକ ଭଳି, ରୋଷଣୀ କରି ତୁ ଆସିବୁ ଫୁଲେଇ ଅମୃତ ଦେବୁ ତୁ ଢ଼ାଳି। ସବୁଜ ଗାଲିଚା ବିଛାଇ ଦେବୁରେ ହସିବ ଏ ଭିଜା ମାଟି, ଗାଡ଼ିଆ ପୋଖରୀ ନଈ ନାଳଙ୍କର ଉଦର ହୋଇବ ଭର୍ତ୍ତି । ବେଙ୍ଗ ବେଙ୍ଗୁଲିଯେ ଗାଇବେ ରାଗିଣୀ ତୋ ଜଳର ଛୁଆଁ ପାଇ, ମୟୂର ନାଚିବ ତାଥେଇ ତାଥେଇ ପୁଛକୁ ମେଲାଇ ଦେଇ। ଚାଷୀ ଭାଇଙ୍କର ଖୁସିର ଠିକଣା ବଖାଣିବା କଷ୍ଟ ଭାରି, ତର ତର ହୋଇ ଜମି ଚଷିବାକୁ ଯାଆନ୍ତି ପଗଡ଼ି ଭିଡ଼ି। ହୁମ୍ପା ଡିଆଁ ମାରି ଜଳଚର ସବୁ ଖେଳନ୍ତି ଆନନ୍ଦ ମନେ, ପଙ୍କଜ ଖେଳଇ ନଳିନୀ ଉଦରେ ଭ୍ରମରର ନିମନ୍ତ୍ରଣେ। ବରଷି ଯାଆରେ ଫୁଲେଇ ମୌସୁମୀ ମୂଷଳ ଧାରାରେ ତୁହି, ଭାସିଯାଉ କୁନି କାଗଜ ଡଙ୍ଗାଟି ପାଣି ଫୋଟକାକୁ ଛୁଇଁ। ଦୟାକରି ତୁହି ହେବୁନି ଛାନିଆ ବରଷି ଅମାପ ଜଳ, ଜଳର ବହୁଳେ ସୃଷ୍ଟି ହେବ ନାଶ ଅପନିନ୍ଦା ହେବ ତୋର। ଅଚ୍ୟୁତାନନ୍ଦ ଧଳ ଶାସନ ଖାସ୍ , ତିହିଡି , ଭଦ୍ରକ