ଅନ୍ଧକାର
ଆଉ ଥରେ ଆସିବକି
ନିସ୍ତବ୍ଧ ପ୍ରହରେ,
ରାତି ଟିର ଛାତି ଚିରି
କଂସ କାରାଗାରେ,,
ଆଉ ଥରେ ଜନମିବ
ଦେବକୀ ରେ କୋଳେ,
ଧର୍ମ କୁ ସୁରକ୍ଷା ଦେବ
ଚକ୍ର ଆଢୁଆଳେ,,
ଆଉ ଥରେ ନାସିବକି
କଳ୍କୀ ରୂପ ଧରି,
ସତ୍ୟ ଶାନ୍ତି ଦୟା କ୍ଷମା
ଜଗତେ ବିସ୍ତାରି,,
ଆଉ ଥରେ ଶୂନ୍ୟ ବାଣୀ
ଶୁଣୁ ବିଶ୍ୱ ବାସୀ,
ଗୋପନ ରେ ଆସୁଛନ୍ତି
ଗୋପ ପୁର ଶଶୀ,,
ଆଚ୍ଛାଦିତ ଅନ୍ଧକାର
ଦେଇଛି ଆହ୍ୱାନ,
ଜଡ଼ କୁ ଚେତନ କର
ଦେଇ ହେ ଦର୍ଶନ,,
ସୁରେଶ କୁମାର ପରିଡ଼ା,
ସାଲୁଣି, ଚମ୍ପତ୍ତିପୁର, ନୟାଗଡ଼