ଶ୍ରାବଣ ଆଖିରେ ଲୁହ
ଯେତେବୁଝେଇଲେ ଯେତେସୁଝେଇଲେ
ହୃଦୟେ ଅନେକ କୋହ
କିଏ ବୁଝାଇବ ଶ୍ରାବଣକୁ ମୋର
ଆଖିରେ ତାହାର ଲୁହ
ଝରଝରହୋଇ ଝରିଯାଉଅଛି
ବେଦନାର ଶେଷ ସ୍ୱର
କାହାକୁ ଶୁଭେନା ରାହାଧରି କାନ୍ଦେ
ଶୂନ୍ୟରେ ମିଳାଏ ତାର
ସେଇଶୂନ୍ୟତାର ସବଦରେ ନାହିଁ
ପ୍ରତିଧ୍ୱନି ବାରମ୍ବାର
ପ୍ରତାରଣା ଭରା ଜୀବନ ଜଂଜାଳେ
ତୁମେ ପ୍ରିୟତମ ମୋର……………..
ମୋପାଇଁ ବରଷା ସାଜିକି ଆସିଲ
ଭିଜାଇଲ ମୋର ଦେହ
ଥରିଯାଉଥିବା ହାଡୁଆ ଶୀତରେ
ସକାଳ ସୁରୁଜ ମୋହ
ଶେଷେ ବେଦନାର ସରସି ମୁଁ ତୁମ
ମୋପାଇଁ ଟିକିଏ ରୁହ
ଯେତେବୁଝାଇଲେ ଯେତେସୁଝାଇଲେ
ହୃଦୟେ ଅନେକ କୋହ……………..
ସିତାଂଶୁ ଜେନା