ଛିଲିପା : ଧର୍ମଗଡ ଉପଖଣ୍ଡ ଛିଲିପା ଗ୍ରାମ ପଂଚାୟତକୁ ସେକ୍ରେଟାରୀ ଗୃହ ବିଭାଗ ଅଫିସର ଶ୍ରୀ ଯୁକ୍ତ ସଂଜୀବ କୁମାର ମିଶ୍ର ଓ ଉପଜିଲ୍ଲାପାଳ ଶ୍ରୀ ଯୁକ୍ତ ସଚିନ ପାୱାର କେନ୍ଦ୍ର ସରକାରଙ୍କ ଅମୃତ ସରୋବର ପ୍ରକଳ୍ପ, ଏମଜିଏନଆରଇଜିଏ କାର୍ଯ୍ୟ ତଥା ଅନ୍ୟାନ୍ୟ ଗ୍ରାମ ବିକାଶ ମୂଳକ କାର୍ଯ୍ୟ ପରିଦର୍ଶନ କରିବା ସହ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ l ଶ୍ରୀ ଯୁକ୍ତ ମିଶ୍ର ଓ ଉପଜିଲ୍ଲାପାଳ ଗ୍ରାମ ଉନ୍ନୟନମୂଳକ କାର୍ଯ୍ୟଗୁଡିକରେ ସନ୍ତୋଷ ହୋଇ ଆଗକୁ ବିଭିନ୍ନ ଯୋଜନା ଗୁଡିକ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାରଙ୍କ ଓ ଓଡିଶା ସରକାରଙ୍କ ଅନୁଦାନ ରାଶି ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି l ଶ୍ରୀ ଯୁକ୍ତ ମିଶ୍ର ଓ ଉପଜିଲ୍ଲାପାଳଙ୍କୁ ପ୍ରଥମେ ସରପଞ୍ଚ ବିଭୁଦତ୍ତ ପ୍ରଧାନୀ ଓ ପଂଚାୟତ କର୍ମଚାରୀ ତଥା ମହିଳାମାନେ ବନ୍ଦାପନା ଓ ଫୁଲତୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l ଧର୍ମଗଡ ତହସିଲଦାର ହରେକୃଷ୍ଣ ବାରିକ,ଇଇଜେଡପି ଖୁସିରାମ ଦଣ୍ଡସେନା,ଏପିଡି ଜେଡପି ବିମ୍ବାଧର ସାହୁ,ଏମସି ମିସ ପ୍ରତିଭା ପଟ୍ଟନାୟକ,ଏମଜିଏନଆରଇଜିଏ ଏଇଇ ଶିବାନନ୍ଦ ପ୍ରଧାନ,ଏପିଓ କ୍ଷେତ୍ରମୋହନ ମାଝୀ,ପିଇଓ କେଦାର ନାଏକ, ନାଏବ ସରପଞ୍ଚ ଲିଲି ସାଗର,ଏମବିକେ ଭାରତୀ ମେହେର,ଏସଏଚଜି ସଭାନେତ୍ରୀ ମମତା ପଟେଲ, ଜେଇ ବୃନ୍ଦ ଓ ସମସ୍ତ ୱାର୍ଡ ମେମ୍ବର ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ l
ଜଗଜ୍ଜୀବନ ସାଙ୍କ ରିପୋର୍ଟ