ଉତ୍କେଲା,୧୭/୦୯, (ମ ନି ସ ),ଅଖିଳ ଭାରତୀୟ ତେରାପନ୍ତ ଯୁବକ ପରିଷଦ ଆନୁକୂଲ୍ୟ ରେ ତେରାପନ୍ତ ଯୁବକ ପରିଷଦ ଉତକେଲା ଦ୍ୱାରା ବୃହତ ରକ୍ତଦାନ ଶିବିର ସ୍ଥାନୀୟ ତେରାପାନ୍ତ ଭବନ ରେ ଆୟୋଜିତ । ତେରାପନ୍ତ ଯୁବକ ପରିଷଦ ସଭାପତି ରିସବ ଜୈନ ଙ୍କ ଅଦ୍ୟକ୍ଷତା ରେ ଆୟୋଜିତ ଏହି ଶିବିର ରେ ମୁଖ୍ୟ ଅତିଥି ଭାବରେ ଡ଼.ବିଶାଳ ପଣ୍ଡା ଯୋଗଦାନ କରିଥିଲେ। ସଂଯୋଜକ ବିବେକ କୁମାର ଜୈନ,ଙ୍କ ସହ ସମସ୍ତ ସଦସ୍ୟ ବୃନ୍ଦ ପୁର୍ଣ ସହଯୋଗ କରିବା ଦେଖିବାକୁ ମିଳିଥିଲା।ବିଶ୍ୱର ସର୍ବ ବୃହତ ରକ୍ତ ଦାତା ସଂସ୍ଥା ଅଖିଳ ଭାରତୀୟ ତେରାପନ୍ତ ଯୁବକ ପରିଷଦ ତରଫରୁ ତା-୧୭ ସେପ୍ଟେମ୍ବେର ୨୦୨୨ ଶନିବାର ରେ ୫୦ ରୁ ଅଧିକ ଦେଶରେ,୨୦୦୦ ରୁ ଅଧିକ ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିର ମାନଙ୍କରେ ସମୁଦାୟ ଦେଢଲକ୍ଷ ରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ କରାଯିବା ଲକ୍ଷରଖା ଯାଇଥିଲା ।ଏଥିରେ ଟେରାପନ୍ତ ଯୁବକ ପରିଷଦ ଉତକେଲା ତରଫରୁ ୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇ ପାରିଥିଲା।
ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ