କଙ୍କଡାହାଡ଼:୧୭-୦୯-୨୦୨୨ ଆଜି “ଯୁବଶକ୍ତି” ସମର୍ପିତ ଓଡିଶା ପକ୍ଷରୁ କୁଟୁରିଆ ଗ୍ରାମ ପଞ୍ଚାୟତର ଶକ୍ତି ପୀଠ ମା ବିଲେଇଶୁଣି ମନ୍ଦିର ର ସୌନ୍ଦର୍ଯ୍ୟ କରଣ ପାଇଁ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଆମ ଐତିହ୍ୟ ଆମ ମନ୍ଦିର ମାଳିନୀ ଆମ ସଂକୃତି ପରମ୍ପରା ଆମ ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ବଜାୟ ରଖିବା ପାଇଁ ଆମେ ସମସ୍ତେ ହାତ କୁ ହାତ ମିଶେଇ ବୃକ୍ଷ ରୋପଣ କରିବା ନିହାତି ଜରୁରୀ, ଏହା ଦ୍ୱାରା ଆମ ମନ୍ଦିର ମାଳିନୀ ପରିବେଶ ସବୁଜ ସୁନ୍ଦର ହେବା ସହ ପର୍ଯ୍ୟଟକ ମାନଙ୍କୁ ମଧ୍ୟ ଆକୃଷ୍ଟ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ଶ୍ରୀଯୁକ୍ତ ହିମାଂଶୁ ଭୂଷଣ ବାରିକ l ଏଠାରେ ସୂଚନା ଯୋଗ୍ୟ ଯେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକର ମା ବିଲେଇଶୁଣି ଶକ୍ତି ପୀଠ ଓଡ଼ିଶାର ଅନ୍ୟ ଶକ୍ତି ପୀଠ ମଧ୍ୟରୁ ଅନ୍ୟତମ ଦୈନଦିନ ଓଡିଶା ତଥା ଓଡିଶା ବାହାରୁ ମାନସିକ ରଖି ବହୁତ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଆସିଥାନ୍ତି, ଆଜିର ଦିନରେ ଓଡ଼ିଶାର ଅନ୍ୟ ଶକ୍ତି ପୀଠ ଓଡିଶା ପର୍ଯ୍ୟଟନ ସ୍ଥଳ ରେ ସ୍ଥାନ ପାଇ ଥିବାବେଳେ ଆମ ଜିଲ୍ଲାର ବିଲେଇଶୁଣି ଶକ୍ତି ପୀଠ ଏ ପର୍ଯ୍ୟନ୍ତ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ପାଇ ପାରି ନାହିଁ l ଏହି ପରିପ୍ରେକ୍ଷୀରେ ଗଣମାଧ୍ୟମ ଓ ସୋସିଆଲ ମିଡିଆ ଜରିଆରେ ମାନ୍ୟବର ରାଜ୍ୟ ସରକାର ଓ ପର୍ଯ୍ୟଟନ ବିଭାଗ ଏହି ପବିତ୍ର ବିଲେଇଶୁଣି ଶକ୍ତି ପୀଠ କୁ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ଦେବାକୁ ନିବେଦନ କରିଛନ୍ତି। ଜିଲ୍ଲାବାସୀ ଙ୍କର ଭକ୍ତିଭାବ ଓ ବହୁଦିନ ଧରି ରହିଥିବା ଦାବି କୁ ପୂରଣ କରନ୍ତୁ, ଏହା ହେଲେ ମା ବିଲେଇଶୁଣି ଙ୍କ ଶକ୍ତି ପୀଠ କୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ବାର୍ଷିକ ଅନୁଦାନ ଆସିବ ଯାହା ଫଳରେ ନବ ନିର୍ମାଣ ମନ୍ଦିର ହେବା ସହ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ, ମନ୍ଦିର ସାମଗ୍ରିକ ବିକାଶ ହୋଇ ପାରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ। ଆଜିର ଏହି କାର୍ଯ୍ୟକ୍ରମ ରେ ଯୁବଶକ୍ତି ର ଲିଟୁ ମାଝୀ, ରଞ୍ଜିତ ସାହୁ,ଶ୍ରୀଧର ନାୟକ,ମନୋଜ ବେହେରା ଓ ମନ୍ଦିର ପୂଜକ ଉପସ୍ଥିତ ଥିଲେ।
ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜ ହସ୍ତୀଙ୍କ ରିପୋର୍ଟ୍