କର୍ଲାମୁଣ୍ଡା: କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗଜବାହାଲ ପଞ୍ଚାୟତର ପଧାନ ପଡାର ଅନନ୍ତ ବୈଦେହି ସୋସିଆଲ କ୍ଲବ ପକ୍ଷରୁ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ସହ କ୍ଲବର ପଞ୍ଚବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l କାର୍ଯ୍ୟକ୍ରମ ପ୍ରଥମେ ରାସ୍ତା, ନଳକୂପ, ପଞ୍ଚାୟତ, ସ୍ୱାସ୍ଥ୍ୟକେନ୍ଦ୍ର, ନାଳ ନର୍ଦମା ସଫେଇ କାର୍ଯ୍ୟ କରାଯାଇ ଥିଲା l ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପଣ୍ଡିତ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ କୁନି ସାହୁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ସରପଞ୍ଚ ଅରବିନ୍ଦ ଗହୀର, ପିଇଓ ସୁବାଶ ଚନ୍ଦ୍ର ସାହୁ, ନେହେରୁ ଯୁବ କେନ୍ଦ୍ର ଜାତୀୟ ଯୁବ ସ୍ୱେଚ୍ଛାସେବୀ ସନତ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ l ଏଥିରେ ତରୁଣ କୁମାର ଭୋଇ ସ୍ୱାଗତ ଭାଷଣ ଦେଇଥିବା ବେଳେ ବ୍ୟଙ୍ଗକବି ସୁଶାନ୍ତ ମିଶ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମରେ ପାଟଣାଗଡ଼ର ସନ୍ତୋଷୀ ମେହେର ପ୍ରଥମ, ପରମାନନ୍ଦପୁର ସୋନାଲି ବୁଡେକ ଦ୍ଵିତୀୟ, ଗଜବାହାଲ ଅନ୍ନେଷା ପୁଟେଲ ଓ ଗୁଡଭେଲାର ଆଳସା ବାବା ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିଲେ l କ୍ଲବ୍ ସଭାପତି ରଣଜିତ ପଧାନ, ସମ୍ପାଦକ ସୁବଳ ପଧାନ ଜ୍ୟୋତିରଞ୍ଜନ ପଧାନ, ହିମାଂଶୁ ଶେଖର ଭୋଇ, ବିଶ୍ୱଜିତ, ନୀଳକଣ୍ଠ, ଗଣେଶ, ସର୍ଜନ, ପ୍ରଶାନ୍ତ, ମନୋଜ, ଅଜିତ, ରାକେଶ, ରାଜେଶ, ଆକାଶ ଶୁକଦେବ, କେଦାର, ସତ୍ୟବାନ କ୍ଷୀରୋଦ୍ର, ଦୋଳଗୋବିନ୍ଧା, ଲୋକନାଥ, ଶ୍ରୀକାନ୍ତ, ସୁଦାମ, ଡୋଳେଶ୍ୱର ଆଶିଷ, ଜୟନ୍ତ, ଶରତ, ପୁରିଷୋତ୍ତମ, ଯୁଧିଷ୍ଠିର, ମାଧମ ପ୍ରମୁଖ ସହଯୋଗ କରିଥିବା ବେଳେ ଅଶୋକ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ l
କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା