ମାଁ ଦଶଭୁଜା
ସ୍ୱାଗତିକା ସାହୁ
ସ୍ବପ୍ନଗନ୍ଧା ଋତୁସ୍ନାତା ଶରତର,ସ୍ନିଗ୍ଧ ଛୁଆଁରେ
ମାଟିର ମିଠା ସୁଗନ୍ଧେ ଆଗମନିର ବାର୍ତ୍ତା ନେଇ ଆସ
ହେ ମହୀ ଭରା ହରି ବିଶ୍ୱପାଳିନୀ ଦୁର୍ଗେ
ରସା ଭୁଷା ଯୋଷା ବର ବର୍ଣ୍ଣିନୀ
ଦୃଷ୍ଟ ଶକ୍ତି ଅନ୍ତକରି ତୁମେ ଅନାଦି ଅନନ୍ତ
କୋଠର କର୍ମବେଦୀକାର
ନେଇ ଆତ୍ମ ଆହୁତି……
ରେଣୁ ରେଣୁ ରେ ତୁମେ ବିରାଜିତ
ମୃଣ୍ମୟି ମେଦରେ ବାଉଁଶ ଛାଞ୍ଚର ଚକମକ ଲେପ ରଙ୍ଗେ
ଢୋଲ କାହାଳୀର ମନ୍ତ୍ରରେ
ଗୁଞ୍ଜରେ ସିଦ୍ଧିରୂପା ଉପଚାର
ଷଡ଼ଯନ୍ତ୍ରକୁ ଖଣ୍ଡିତ କର ମାତା ଦଶଭୁଜା
ଦଶାସ୍ତ୍ର ବିଭୂଷିତା ତୁ ଜିତେନ୍ଦ୍ରୀୟା
ପାଷାଣ ନୋହିଲେ ତୋ ଜୀବନ୍ତ ରୂପ ରଚିଯିବ ହାହାକାର
ବୃଷାସନ ପ୍ରିୟା ବିଶ୍ୱ ମୋହିନୀ
ତନୁ ଖେଳେ ପଦ୍ମରାଜି
ଚୂର୍ଣ୍ଣ କୁନ୍ତଳ ମଥା ସିଂହ କଟି ତୁମ
ମହା ଯୋଗୀ ଢଙ୍ଗ ଅନ୍ତର ଉତ୍ତଙ୍ଗା ମହିଷାସୁର ମର୍ଦ୍ଧିନି
ଦେବଙ୍କ ଅଗ୍ନି ଜ୍ଜ୍ଵାଳେ ହୋଇଲୁ ତୁ ଜାତ
ଆଲିଙ୍ଗନ ଫଶେ ବାନ୍ଧି ଆତ୍ମାକୁ କରୁ ବିମୁକ୍ତ
କ୍ରୋଧାନଳେ ଭସ୍ମକରୁ ପାପୀଙ୍କୁ ସଂହାରୀ
ଦଶହରା ଦେବୀ ହେ ଖଣ୍ଡା ଖର୍ପି ଧରିଣୀ
ଝଲସ ପୂର୍ଣ୍ଣ ଯୌବନରେ ବିମଣ୍ଡିତ ହୋଇ
ଶାରଦ ବର୍ଣ୍ଣାଳି ଚୋରା ଚାଇତାଳି ହେ
ଯୁଗେ ଯୁଗେ ସନ୍ତାନର ତୁମେ
ସ୍ୱର୍ଗ,ଶିକ୍ଷା,ଦୀକ୍ଷା,ସମୀକ୍ଷାର ମୁଳପିଣ୍ଡ
ମୋ ବୃଦ୍ଧି ବିକାଶର ତୁମେ ତ ସୂତ୍ରଧର !!!
ପରିକଳ୍ପନାର ଇପ୍ସିତ ନକ୍ସା…
ଆକଳନ,ଅବର୍ଣ୍ଣନୀୟ,ଅମାପ
ତୁମ କର୍ମ,ତ୍ୟାଗ,ନିଷ୍ଠା
କାଶତଣ୍ଡି ଫୁଲ ଆଜି ଫୁଲି ହସଇ
ଚତୁର୍ଦିଗେ ଦେବୀ ଆବାହନ ଘଣ୍ଟି
ମନକୁ ପୂର୍ଣ୍ଣତା ରେ ଭରିଦିଅ
ଶୁଭ୍ର ଶୋଭା କୋମଳ ସ୍ପର୍ଶରେ
ତୁମଠାରେ କରେ ମୁଁ ନିର୍ଲଭା ଆତ୍ମସମର୍ପଣ
ଶିକ୍ଷୟିତ୍ରୀ
ଉମରକୋଟ,ନବରଙ୍ଗପୁର