ନବରଙ୍ଗପୁର : ଓଡ଼ିଶାର ବ୍ରହ୍ମପୁର ଡାକ୍ତର ସୁମିତ ଓ ତାପସ୍ୱିନୀଙ୍କ ଚର୍ଚ୍ଚା ନ ଥମୁଣୁ ଆଜି ନବରଙ୍ଗପୁର ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ସୁମିତ କୁମାର ଘଣ୍ଟ ଓରଫ୍ ଜିମି ଘଣ୍ଟଙ୍କ ଘର ସମ୍ମୁଖରେ ଧାରଣା ଦେଇଥିଲେ ନୂର ଜାହାନ ଖାଁ ଓ ପାଞ୍ଚ ବର୍ଷୀୟ ଶିଶୁ ପୁତ୍ର । ପ୍ରଥମେ ପାପଡ଼ାହାଣ୍ଡି ସ୍ଥିତ ସୁମିତଙ୍କ ଘର ଭିତରକୁ ପଶିବାକୁ ଚେଷ୍ଟା କରିବା ପରେ ସୁମିତଙ୍କ ପରିବାର ଲୋକେ ବାଧା ଦେଲେ । ଫଳରେ ନୂରୀ ଓ ଶିଶୁ ଦୀର୍ଘ ସମୟ ଧରି ସୁମିତଙ୍କ ଘର ସମ୍ମୁଖରେ ଧାରଣା ଦେଇଥିଲେ । ନୁରୀଙ୍କ କହିବା ପ୍ରକାରେ ୫ ବର୍ଷ ପୂର୍ବେ କୌଣସି କାରଣରୁ ନୂର ଓ ଜିମ୍ମିଙ୍କ ମଧ୍ୟରେ ସ୍ତ୍ରୀର ମାନ୍ୟତାକୁ ନେଇ ସୁମିତ ଅସ୍ବୀକାର କରିବାରୁ ପାପଡ଼ାହାଣ୍ଡି ଥାନାରେ ନୁରୀଙ୍କ ଏତଲା ଆଧାରରେ ଏକ ମକଦାମ ରୁଜୁ ହୋଇଥିଲା । ଘଟଣାର ତଦନ୍ତ ଚାଲିଥିବା ସମୟରେ ସୁମିତ ସେଇ ସମୟରେ ତଦନ୍ତକୁ ସହଯୋଗ ନ କରି ଫେରାର ହୋଇ ଯାଇଥିଲେ । କିଛିଦିନ ଆତ୍ମଗୋପନ କରିବା ପରେ ପୋଲିସ ଭୁବନେଶ୍ୱରରୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଇତି ମଧ୍ୟରେ ନୁରୀଙ୍କୁ ବିଭିନ୍ନ ସମୟରେ ଧମକ ଚମକ ଆସୁଥିବା କୁ ନେଇ ପୁଣି ଥାନାର ଦ୍ୱାରାସ୍ତ ହୋଇଥିଲେ ଏବଂ ଉଚ୍ଚତମ ନ୍ୟାୟାଳୟ କୁ ଜାମିନ ଖାରଜ କରିବା ପାଇଁ ନିବେଦନ କରିଥିଲେ । କୋର୍ଟରେ ଯୌତୁକ ନିର୍ଯ୍ୟାତନା ଏବଂ ଭରଣ ପୋଷଣ ପାଇଁ ମାମଲା ବିଚାରାଧୀନ ଥିବା ବେଳେ ଉଚ୍ଚତମ ନ୍ୟାୟାଳୟ ଓ ଏସଡ଼ିଜେଏମ୍ଙ୍କ ଦେଇଥିବା ନିର୍ଦେଶକୁ ଅବମାନନା କରୁଥିବା ନେଇ ଆଜି ପତାରିତା ସ୍ତ୍ରୀ ପୁନର୍ବାର ନିଜ ପାଞ୍ଚ ବର୍ଷ ର ଛୁଆ ସହିତ ସାମ୍ବାଦିକ ସୁମିତ କୁମାର ଘଣ୍ଟଙ୍କ ଘର ସମ୍ମୁଖରେ ସୁମିତ୍ରଙ୍କୁ ସ୍ତ୍ରୀ ଭାବେ ତାଙ୍କୁ ମାନ୍ୟତା ଦେବାକୁ ଅଡ଼ି ବସିଥିଲେ ।ଏଥିରେ ଜୟପୁରର କିଛି ମହିଳା ସମାଜକର୍ମୀ ତାଙ୍କୁ ସହଯୋଗ କରିବା ଦେଖା ଦେଇଥିଲା ।ଦୀର୍ଘ ଛ ଘଣ୍ଟାର ଧାରଣା ପରେ ସାମାଜିକ କର୍ମୀ ଏବଂ ଗ୍ରାମର କିଛି ଭଦ୍ର ବ୍ୟକ୍ତିଙ୍କ ମଧ୍ୟସ୍ଥିରେ ଆପୋଷ ବୁଝାମଣା ପରେ ସୁମିତ ଧାରଣା ସ୍ଥଳରୁ ନିଜ ସ୍ତ୍ରୀ ଙ୍କୁ ଏକ ଭଡା ଘରେ ରଖିବାକୁ ପ୍ରତିଶୃତି ଦେଇ ଧାରଣା ସ୍ଥଳରୁ ନୁରୀଙ୍କୁ ଉଠାଇ ଥିଲେ ।ମଧୁସୂଦନ ସାହୁ ନବରଙ୍ଗପୁର