ଭବାନୀପାଟଣା:୦୬/୧୦ – (ମନିସ) :- ସରକାରଙ୍କ ତରଫରୁ ଜଣେ ନାଗରିକ ଚାହିଁଲେ ଯେକୌଣସି କାର୍ଯ୍ଯାଳୟ ପ୍ରତି ଅସନ୍ତୋଷ ପ୍ରକାଶ କରନ୍ତି ଓ ସନ୍ଦେହ ଜାତ ହେଲେ ସୂଚନା ମାଗିବା ହକ ରହିଥିବା ବିଷୟକୁ ସୂଚନା ଅଧିକାରୀ ନିହାତି ପାଳନ କରି ସୂଚନା ପ୍ରଦାନ କରିବା କଥା , କିନ୍ତୁ ସୂଚନା ଦେବା ବଦଳରେ ସୂଚନା ଅଧିକାରୀ ବେଖାତିର ଓ ବିଳମ୍ବ କରୁଥିବା ନେଇ ଏକ ଅଭିଯୋଗ ସାମ୍ମାକୁ ଆସିଛି ଯାହାକି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମୂଖ୍ଯାଳୟଠାରେ ଏପରି ଏକ ଅଭିଯୋଗ ଆଣିଛନ୍ତି ରାଇଟ୍ ଏଣ୍ତ ଜଣ୍ଟିସ୍ ର ଅଧ୍ଯକ୍ଷ ଶ୍ରୀ ନାଦରାଜ ନାଏକ । ଉକ୍ତ ଆରଟିଆଇ କୁ ବେଖାତିର କରୁଥିବା ଏବଂ ସୂଚନା ପ୍ରଦାନ କରିବାରେ ବିଳମ୍ବ କରୁଥିବା କୁ ନେଇ ଏକ ଅଭିଯୋଗ କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ 5T ସଚିବ,ଭୁବନେଶ୍ୱର କୁ ଚିଠି ନମ୍ବର ୯୭୩/RTI/୨୦୨୨ର ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ସୂଚନାରୁ ଜଣାପଡିଛି ଯେ ଭବାନୀପାଟଣା ସହରର ରାଇଟ୍ ଏଣ୍ତ ଜଣ୍ଟିସ୍ ର ଅଧ୍ଯକ୍ଷ ଶ୍ରୀ ନାଏକ ଲିଖିତ ଜଣାଇଛନ୍ତି ଯେ, କେତେକ ସୂଚନା ପାଇଁ ପି,ଡବ୍ଲ୍ୟୁ, ଡି ଅଫିସ,ତହସିଲ ଅଫିସ ଏବଂ ଅନ୍ୟ କେତେକ ଅଫିସ ମାନଙ୍କୁ ସୂଚନା ମାଗାଯାଇଥିଲା କିନ୍ତୁ ଉକ୍ତ ଆବେଦନ କରିଥିବା ଆରଟିଆଇକୁ ବେଖାତିର କରି ସୂଚନା ପ୍ରଦାନ କରିବାରେ ବହୁ ବିଳମ୍ବ କରିଥିବା ପ୍ରକାଶ କରିଛନ୍ତି। ସରକାରଙ୍କ ନିୟମ ଅନୁସାରେ ଜିଲ୍ଲାରେ କାର୍ଯ୍ଯ କରୁଥିବା ଅଧିକାରୀ ଯଥା – ଯେଉଁଠି ଜିଲ୍ଲାପାଳ , ଆରକ୍ଷୀ ଅଧିକାରୀ ଙ୍କ କିଛି ସମୟରେ ପରେ ତାଙ୍କୁ ଅନ୍ଯତ୍ର ବଦଳି କରାଯାଇଅଛି କିନ୍ତୁ ଅନେକ ସରକାରୀ କାର୍ଯ୍ଯାଳୟ ମାନଙ୍କରେ କାର୍ଯ୍ଯ କରୁଥିବା କିଛି ସରକାରୀ ଚାକିରିଆ ମାନଙ୍କୁ କେଉଁ ଆଧାରରେ ଅନ୍ଯତ୍ର ବଦଳି କରାଯାଇନାହିଁ ଏବଂ ସେମାନେ ସେଠାରେ ବର୍ଷ ବର୍ଷ ଧରି କିପରି ଚାକିରୀ କରୁଛନ୍ତି , ଯଦି ସେପରି କୌଣସି ନିୟମ ଅଛି ସେମାନେ ଅନେକ ବର୍ଷ ଧରି କାର୍ଯ୍ଯ କରିବେ ତେବେ ଚିଠିର କପି ମାଗିବା ପାଇଁ ଶ୍ରୀ ନାଦରାଜ ନାଏକ ଅନୁରୋଧ କରିଥିବା ଜଣାପଡ଼ିଛି।
କିଶନ ଶର୍ମା ଙ୍କ ରିପୋର୍ଟ