ଗୋଳାମୁଣ୍ଡା ତା ୨୦/୨ମସିହା ନ୍ୟୁଜ, କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକର ଦଶପୁରରୁ ଚପରିଆ ରାସ୍ତା ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ଵାରା ନିର୍ମିତ ହୋଇଛି । ଏହି ରାସ୍ତାର ଧମାନପୁର ନିକଟରେ ରାସ୍ତାର ଉଭୟ ପାଶ୍ୱର୍ରେ ବାଉଁଶ ବୁଦା ଥିବାରୁ ଯିବା ଆସିବାରେ ବହୁ ବାଧାପ୍ରାପ୍ତ ହେଉଛି । ଏଠାରେ ଅନେକ ଦୁର୍ଘଟଣା ଘଟିଥିବାର ମଧ୍ୟ ଗାଁ ଲୋକେ ଅଭିଯୋଗ ଜରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗ୍ରାମ୍ୟ ନିର୍ମାଣ ବିଭାଗପକ୍ଷରୁ ତୁରନ୍ତ ବାଉଁଶ ବୁଦାକୁ ରାସ୍ତା କଡରୁ ଉପାଡି ଦେବା ପାଇଁ ଧମାନପୁର ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା