ବୌଦ୍ଧ -ସ୍ଥାନୀୟ ପଞ୍ଚାୟତ କଲେଜରେ ସ୍ବେଛାସେବୀ ଅନୁଷ୍ଠାନ OIBFED ଭୁବନେଶ୍ୱର ଦ୍ୱାରା ଏକ ଆର୍ଥିକ ସାକ୍ଷରତା ଓ ବଜେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଇଣ୍ଡିଆନ ବ୍ୟାଙ୍କର ଅବସର ପ୍ରାପ୍ତ ପରି ଚାଳକ DMG ବିନୟ କୁମାର ସାହୁ କମ୍ପୁଟର ମାଧ୍ୟମରେ ଆମର ଦୈନଦିନ ଆୟ ବ୍ୟୟ ତଥା ବଜେଟ ସଞ୍ଚୟ ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ। ଏହି କାଯ୍ୟକ୍ରମ ରେ ସ୍ଥାନୀୟ ଷ୍ଟେଟବ୍ୟାଙ୍କ ମ୍ୟାନେଜର ପରେଶ କୁମାର ପଟ୍ଟନାୟକ ସାଇବର କ୍ରାଇମ ,ଅର୍ଥ ଠକେଇ ରୁ ରକ୍ଷା ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କଲେଜ ର ଅଧ୍ୟକ୍ଷ ପ୍ରିୟନାଥ ଶର୍ମା ସଭା ପରି ଚାଳନା କରିବା ସହ କଲେଜ ର ସମସ୍ତ ଅଧ୍ୟାପକ କର୍ମଚାରୀ ଉପସ୍ଥିତ ଥିଲେ।ଶେଷରେ ଛାତ୍ରୀ ବିଜୁଳି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ