ଚନ୍ଦାହାଣ୍ଡି୧୩/୧୦(ମ ନି ସ)- ନବରଙ୍ଗପୁର ଜିଲ୍ଲା ଚନ୍ଦହାଣ୍ଡି ବ୍ଲକ ରେ ଦୈନିକ ପିକ୍ ଅପ୍ ଭ୍ୟାନ ଗୁଡିକ ରେ ବିଭିନ୍ନ ମାଲ ବୋହିବା ବଦଳ ରେ ଛେଳି , ମେଣ୍ଢା ପରି ଲୋକ ଙ୍କୁ ଗାଡି ରେ ଖୁଁନ୍ଦା ଖୁନ୍ଦି ଭାବରେ ବସାଇ ବିପଦ ପୂର୍ଣ୍ଣ ଅବସ୍ଥା ରେ ନେଉ ଥିଲେ ମଧ୍ୟ ପ୍ରଶାସନ ର କୌଣସି ନିଘା ନାହି । ଏହା ଦ୍ୱାରା କେତେବେଳେ ଏକ ବଡ ଧରଣ ର ଦୂର୍ଘଟଣା ଦେଖା ଦେଇ ଅକାଳ ରେ ଲୋକଙ୍କ ଜୀବନ ଚାଲି ନଯିବ ଏକଥା କୁ ଏଡାଇ ଦିଆ ଯାଇ ପାରିବ ନାହି । ଏ ଦିଗରେ ତୁରନ୍ତ ଆଚଂଳିକ ପରିବହନ ଅଧିକାରୀ ଦ୍ରୁଷ୍ଟି ଦେଇ ପଦକ୍ଷେପ ନେବା କୁ ବିଭିନ୍ନ ମହଲ ରେ ଦାବୀ କରା ଯାଇଛି । ପ୍ରାପ୍ତ ସୂଚନା ନୁସାରେ ଚନ୍ଦାହାଣ୍ଡି ଅଂଚଳ ସମେତ ପଡୋଶୀ ବ୍ଲକ ଏବଂ ଛତିଶଗଡ ରାଜ୍ୟ ର ପିକ୍ ଅପ୍ ଭ୍ୟାନ ମାଲିକ ମାନେ , ବିଭିନ୍ନ ମାଲ ପରିବହନ କରିବା ସହ ଅଧିକା ପଇସା ପାଇବା ଆଶା ରେ ବିଭିନ୍ନ ସାମାଜିକ କାର୍ଯ୍ୟ ବ୍ୟାଣ୍ଡ ପାର୍ଟୀ ଏବଂ ନାଟକ ଦଳ ର କଳାକାର ମାନଙ୍କୁ ଛେଲି ମେଣ୍ଢା ପରି ପିକ୍ ଅପ୍ ଭ୍ୟାନ୍ ରେ ବସାଇ ସ୍ଫଷ୍ଟ ଦିବାଲୋକ ରେ ଯାଉଥିଲେ ମଧ୍ୟ ପୋଲିସ ପ୍ରଶାସନ ର କୌଣଷି ଦ୍ରୁଷ୍ଟି ରେ ପଡୁ ନଥିବା ରୁ ଏଠାରେ ଜନସାଧାରଣ ମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ୍ଟ ଦେଖା ଦେଇଛି । ସାମ।ଜିକ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଉ ଥିବା ମହିଲା ଏବଂ ପୁରୁଷ ମାନଙ୍କୁ ଯୋଉ ଭଳି ଭାବରେ ପିକ୍ ଅପ୍ ଭ୍ୟାନ ର ଡ୍ରାଇଭର ମାନେ ବସାଇ ଥାନ୍ତି ତାହା ଦେଖି ସାଧାରଣ ଲୋକଙ୍କ ମନରେ ଭୟ ଜାଗ୍ରତ ହେଉ ଥିବା ବେଳେ ,ଏମାନଙ୍କୁ କିଛ ବି ଫରକ୍ ପଡୁନି ଅତୀତ ରେ ପିକ୍ ଅପ୍ ଭ୍ୟାନ ରେ ଖୁନ୍ଦା ଖୁନ୍ଦି ହୋଇ ଦୁର୍ଘଟଣା ଘଟି କେତେଜଣଙ୍କ ଜୀବନ ଚାଲିଯାଇ ଥିଲେ ମଧ୍ୟ ପୋଲିସ ପ୍ରଶାସନ ର ଏଥିପାଇଁ ନିଦ ଭାଙ୍ଗୁନି । ଏ ସମ୍ପର୍କ ରେ ଚନ୍ଦାହାଣ୍ଡି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ଙ୍କୁ ପଚାରିବା ରୁ ଆଗାମୀ ଦିନ ରେ ଦ୍ରୁଢ ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି । ଏ ଦିଗରେ ଜିଲ୍ଲା ଆଚଂଲିକ ପରିବହନ ଅଧିକାରୀ ତୁରନ୍ତ ଦ୍ରୁଷ୍ଟି ଦେଇ ପଦକ୍ଷେପ ନେବା କୁ ସାଧାରଣ ରେ ଦାବୀ କରା ଯାଇଛି ।
ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ