କୋକସରା,୧୯ା୧- : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିଛି । ବୁଧବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ୨୨ ଟି ପଞ୍ଚାୟତ ରେ ଥିବା ସମିତି ଆସନ ପାଇଁ ୧୫, ସରପଞ୍ଚ ପାଇଁ ୪୬ ଓ ୱାର୍ଡ ସଭ୍ୟ ପାଇଁ ୧୧୪ ଜଣ ପ୍ରାର୍ଥୀ ମ ନାମାଙ୍କନ ଦାଖଲ କରିଥିବା ନେଇ ବ୍ଲକ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ । ଗତ ୨ ଦିନ ର ନାମାଙ୍କନ କୁ ମିଶାଇ ସମିତି ଆସନ ପାଇଁ ୨୮ ସରପଞ୍ଚ ପାଇଁ ୫୩ ଓ ୱାର୍ଡ ସଭ୍ୟ ପାଇଁ ୧୬୧ ମୋଟ ନାମାଙ୍କନ ଦାଖଲ ହୋଇଛି । ତେବେ କୋକସରା ବ୍ଲକ ର ତିନି ଜିଲ୍ଲା ପରିଷଦ ଆସନ ଆମପାଣି ୧, କୋକସରା ୨ ଓ ମୋଟେର ୩ ଯୋନ ପାଇଁ କୌଣସି ଦଳୀୟ ପ୍ରାର୍ଥୀ କିମ୍ବା ଅନ୍ୟ କୌଣସି ଦଳ ପକ୍ଷରୁ ଆଜି ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହୋଇ ନ ଥିବା ଜଣାପଡିଛି ।
previous post