ନୂଆପଡା: ନୂଆପଡା ଜିଲ୍ଲା ସ୍ଥିତ ନୂଆପଡା ବ୍ଲକ ଅନ୍ତର୍ଗତ ଖରିଆର ରୋଡ ଏନ ଏ ସି ରେ ଏକ ୧୬ ବର୍ଷ ୯ ମାସ ର ଝିଅ ର ବାଲ୍ୟ ବିବାହ କୁ ଅଟକାଇଲା ଚାଇଲ୍ଡ ଲାଇନ ଓ ଜିଲ୍ଲା ପ୍ରଶାସନ । ଖରିଆର ରୋଡ ଏନ ଏ ସି ର କୁ ଏକ ଗ୍ରାମରେ ନା ବାଳିକା ର ବିବାହ ବଗବେହେରା ସ୍ଥିତ ପାଣ୍ଡରିପାଣି ରେ ହେବାକୁ ଯାଉଥିଲା ବାହାଘର, ଚାଇଲ୍ଡଲାଇନ ର ସଚେତନା ମାଧ୍ୟମରେ ଜାଣିବାକୁ ମିଳିଲା ଯେ ଉକ୍ତ ଝିଅ ର ବିବାହ ବୟସ ହୋଇନାହି ତେଣୁ ଗ୍ରାମର SHG ସଭ୍ୟ ଓ ଗ୍ରାମର AWW ମାନଙ୍କ ସହଯୋଗ ରେ ଉକ୍ତ ଝିଅ ଘରକୁ ଯାଇ ଝିଅ ର ବୟସ ପ୍ରମାଣ ପତ୍ର ତଦାରଖ କଲାପରେ ଉକ୍ତ ଝିଅ ଓ ତାର ପରିବାର କୁ ବାଲ୍ୟ ବିବାହ ଓ ତାର କୁ ପରିଣାମ ଏବଂ ବାଲ୍ୟ ବିବାହ ଅଧ୍ୱନିୟମ ଉପରେ ପରାମର୍ଶ ଦେବା ସହିତ ସଚେତନା କରାଗଲା । ତାପରେ ଆଜି ଚାଇଲ୍ଡ ଲାଇନ ର ସଂଯୋଜକ ମୁକେଶ କୁମାର ଯୋଶୀ ଙ୍କ ତତ୍ୱାବଧନତାରେ ସମ୍ମାନିତ ଶିଶୁ ବିକାଶ ପ୍ରକଳ୍ପ ର ପ୍ରକଳ୍ପ ଅଧିକାରୀ ସାନ୍ତା ବାରିକ ଶିଶୁ ସୁରକ୍ଷା ଦଳର ସଭ୍ୟ, ଚାଇଲ୍ଡଲାଇନ ର କାଉନ୍ସେଲୋର ହୋସନା ଅକ୍ତରୀ, ସଭ୍ୟ ମନସ୍ଵିନୀ ସାହୁ, ଡିଗେଶ୍ବରୀ ସାହୁ ଗ୍ରାମର ଏବଂ AWW ମିଳିତ ପଦର୍ଶନ ରେ ପୁଣି ଥରେ ତାର ପରିବାର କୁ ବାଲ୍ୟ ବିବାହ ଓ ତାର କୁ ପରିଣାମ ଏବଂ ବାଲ୍ୟ ବିବାହ ଅଧ୍ଵନିୟମ, ବାଲ୍ୟ ବିବାହ ର ଭୟା ଭୟ ପରିଣିତି ଉପରେ ଆଲୋଚନା କରି ଉକ୍ତ ପରିବାର ଙ୍କୁ ସଚେତନକରଯାଇଥିଲା । ନା ବାଳିକାର କୌଣସି ଯନ୍ତ୍ର ସୁରକ୍ଷା ରେ ଅବହେଳା ନ କରନ୍ତି ସେଥ୍ପାଇଁ ମଧ୍ୟ ପରିବାର ଲୋକ ଙ୍କୁ ସଚେତନ କରାଯାଇଥିଲା । ଯେଉଁ ପର୍ଯ୍ୟନ୍ତ ଉକ୍ତ ନାବାଳିକାକୁ ୧୮ ବର୍ଷ ନ ହୋଇଛି ସେ ପର୍ଯ୍ୟନ୍ତ ତାର ବିବାହ ନକରିବାକୁ କନ୍ୟା ପକ୍ଷ ଲିଖ୍ ଆକାର ରେ ଘୋଷଣା ନାମା ନିଆଯାଇଥୁବା ବେଳେ ଅନଲାଇନ ଶିଶୁ ମଙ୍ଗଳ ସମିତି ର ସଭ୍ୟ ଶ୍ରୀ ଅଶ୍ବିନୀ ପାତ୍ର ଙ୍କ ନିକଟରେ ହାଜର କରଯାଇଥିଲା । ଉକ୍ତ ନିଷ୍ପତି ଅବମାନନା କଲେ ଆଇନ ଅନୁଯାଇ ଦଣ୍ଡ ବିଧାନ ପାଇ ମଧ୍ଯ ରାଜି ହୋଇଛନ୍ତି।ଉକ୍ତ ବାଲ୍ୟ ବିବାହ ବନ୍ଦ କରିବାରେ ମୁଖ୍ୟ ଭୂମିକା ଚାଇଲ୍ଡ ଲାଇନ ନୂଆପଡା କାଉନ୍ସେଲର ହୋସନା ଅକ୍ତରୀ ଓ ସଦସ୍ୟ ମନସ୍ଵିନୀ ସାହୁ ଏବଂ ସମ୍ମାନିତ ଶିଶୁ ବିକାଶ ପ୍ରକଳ୍ପ ନୂଆପଡା ର ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ ର ପ୍ରକଳ୍ପ ଅଧିକାରୀ ସାନ୍ତା ବାରିକ ଶିଶୁ ସୁରକ୍ଷା ଦଳର ସଭ୍ୟ ଏବଂ AWW ଗ୍ରହଣ କରିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ