ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସେକ୍ଟର ୬ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିର୍ସା ମୁଣ୍ଡା ଓ ଚାଚା ନେହେରୁ ଜୟନ୍ତୀ ପାଳିତ

ରାଉରକେଲା/ ସହରର ଅଗ୍ରଣୀ ପ୍ରଗତିଶୀଳ ସାହିତ୍ୟନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୬ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବିର୍ସା ମୁଣ୍ଡା ଓ ଚାଚା ନେହେରୁଙ୍କ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଓ ମଂଚର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଉଭୟ ମହା ମନିଷୀଙ୍କ ଜୀବନୀ ଓ ବଳିଦାନ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ରାଉତ ତାଙ୍କ ବକ୍ତବ୍ଯ ରେ କହିଲେ ଯେ ସ୍ବାଧୀନତା ସଂଗ୍ରାମର ଉଜ୍ବଳ ପୁରୋଧା, ମୁଣ୍ଡା ବିଦ୍ରୋହର ମଙ୍ଗୁଆଳ ତଥା ବ୍ରିଟିଶ ସରକାରଙ୍କୁ ବ୍ୟତିବ୍ୟସ୍ତ କରାଇ ଦେଇଥିବା ୨୫ ବର୍ଷର ବୀର ବିସ୍ମୟ ବିର୍ସା ମୁଣ୍ଡା ଓ ଶାନ୍ତିକାମୀ ରାଜନୀତିଜ୍ଞ ତଥା ଶିଶୁ ମାନଙ୍କୁ ଭଲ ପାଉଥିବା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ତାଙ୍କର ବଳିଦାନ ପାଇଁ ଆମର ଚିରନମସ୍ୟ ହୋଇ ରହିଛନ୍ତି । ମୁଖ୍ୟବକ୍ତା ଶ୍ରୀ ମହାପାତ୍ର ଉଭୟ ମହାମନିଷୀ ଙ୍କ ଗୁଣ ଓ କୀର୍ତ୍ତି ବର୍ଣ୍ଣନା କରି ଛାତ୍ର ଛାତ୍ରୀ ଙ୍କୁ ବହୁ ଉଦାହରଣ ମାଧ୍ୟମରେ ନୀତିଶିକ୍ଷା ପ୍ରଦାନ କରିଥିଲେ । ତାଙ୍କ ବକ୍ତବ୍ଯରେ ମା, ମାଟି ଓ ମାତୃଭାଷା ସଂପର୍କରେ ଅନେକ ଉପାଦେୟ ତଥ୍ୟ ସହ ବୀର ବିର୍ସା ମୁଣ୍ଡାଙ୍କ ବୀରତ୍ଵ ଗାଥା ଓ ଚାଚା ନେହେରୁଙ୍କ ସ୍ବାଧୀନତା ସଂଗ୍ରାମରେ ଅବଦାନ ସଂପର୍କରେ ଆଲୋଚନା କରିଥିଲେ । ସଭାପତିତ୍ବ କରୁଥିବା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମହାପାତ୍ର ବିର୍ସା ମୁଣ୍ଡାଙ୍କ ଜୟନ୍ତୀ କୁ ଜାତୀୟ ଗୌରବ ଦିବସ ଓ ଚାଚା ନେହେରୁଙ୍କ ଜୟନ୍ତୀକୁ ଶିଶୁ ଦିବସ ଭାବେ ପାଳନ ଓ ସେମାନଙ୍କ ଅବଦାନ ସଂପର୍କରେ ଆଲୋଚନା କରିବା ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ୍ ଉତ୍ତର ଦେଇଥିବା ଛାତ୍ର ଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରୀ ଅମ୍ବିକା ବାରିକ,ସୁନିତା ପରିଡା ଓ ଛାତ୍ର ଲକ୍ଷ୍ମୀନାରାୟଣ ପ୍ରଧାନ ଅଭିନୟ ପ୍ରଦର୍ଶିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ପୁଷ୍ପା ତନ୍ତୀ,ପାର୍ବତୀ ବାରିକ, ଅନିମା ମିଶ୍ର,ଗୌରବ ମହନ୍ତ ଓ ବଟକୃଷ୍ଣ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଗୋଲାମୁଣ୍ଡା ବିଡିଓ ଙ୍କ ଜରିଆରେ କଲାହାଣ୍ଡି ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

masiha

ଫୁଲବାଣୀ – ପୌର ନିର୍ବାଚନ ପ୍ରଚାର ଜୋରଦାର , ବିଜେଡ଼ି ର ବିଶାଳ ରାଲି ଓ ସାଧାରଣ ସଭା

Sunil Chandra Nayak

ଅଗସ୍ତ୍ଯ ମୁନିଙ୍କ ଦ୍ବାରା କିପରି ବିନ୍ଧ୍ଯ ପର୍ବତର ଗର୍ବ ଚୂର୍ଣ୍ଣ ହେଲା ଏବଂ ଅଗସ୍ତ୍ଯ ମୁନିଙ୍କ ଜନ୍ମ ବୃତ୍ତାନ୍ତ       

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort