Uncategorizedସୁରେନ୍ଦ୍ର କୁମାର ବେହେରା ଙ୍କ କବିତା ସପନ ରାଇଜ ରାଣୀ by Sunil Chandra NayakNovember 23, 2022060 Share0 ସପନ ରାଇଜ ରାଣୀ ସୁରେନ୍ଦ୍ର କୁମାର ବେହେରା ଫଗୁଣ ଦେଶର ରାଜ କୁମାରୀ ଗୋ ସପନ ରାଇଜ ରାଣୀ ତୁମ ଚାହାଣୀରେ ଏମନ ଅଙ୍ଗନେ ଲେଖୁଛି ପ୍ରେମ କାହାଣୀ । ଫଗୁଣ ଦେଶର……………………., ମିଥୁନ ଲଗନେ ଆସିଲ ଜୀବନେ ଫୁଲ ପାଖୁଡ଼ାରେ ଛାଇ ଭରିଲ ପରାଣେ ପ୍ରୀତି ମାଦକତା ଜମା ଭୁଲି ପାରୁନାହିଁ , ପୂର୍ଣ୍ଣିମା ଜହ୍ନରେ ତମେ ହସପୁଣି ଭୁଲାଣିଆ ଠାଣିମାଣି । ଫଗୁଣ ଦେଶର…………………., ଓଠ ମୋ ପିଉଛି ଯାତନା ଜହର ବାର ବାର ତୁମ ପାଇଁ ଶ୍ରାବଣ ସଞ୍ଜରେ ଭିଜି ବରଷାରେ ତୁମ ପଥ ଥାଏ ଚାହିଁ ହୃଦୟରେ ମୋର ତୋଳିବକି ଘର ପ୍ରୀତି ପାଇଁ କରି ଋଣୀ । ଫଗୁଣ ଦେଶର…………………., ବୁଝ କି ନବୁଝ ମନର ବେଦନା ସାଜିବ ପରାଣ ମିତ ତୁମଠାରେ ମୋର ହୃଦୟକୁ ଜାଣି କରିଦେଲି ସମର୍ପିତ ଲୁହାଭିଜା ଆଖି ବୋଲ ମାନୁ ନାହିଁ ଜାଣି ଅଜଣା ହୁଅନି । ଫଗୁଣ ଦେଶର…………………………., ଜିତିପୁର ,ହରିପୁର ହାଟ ,ଯାଜପୁର