କାମାକ୍ଷନଗରର (ମସୀହା)୨୩/୧୧_ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଁଳାକଟା ଗାଁ ରେ ଆଜି ସନ୍ଧ୍ୟା ରେ କୌଣସି କାରଣ ରୁ ନିଆଁ ଲାଗି , ୨ବଖରା ଘର ସମ୍ପୂର୍ଣ ପୋଡ଼ି ପାଉଁଶ ହୋଇଯାଇଛି |ସୂଚନା ମୁତାବକ ଗାଁ ର ଅନ୍ତର ଖିଲାର ଙ୍କ ଘରେ କୌଣସି କାରଣ ରୁ ନିଆଁ ଲାଗି, ତାଙ୍କର ୨ ବଖରା ଘର ପୋଡ଼ି ସମ୍ପୂର୍ଣ ପାଉଁଶ ହୋଇ ଯାଇଥିବା ବେଳେ, ଘରେ ଥିବା ନିତ୍ୟ ବ୍ୟବହାର ସାମଗ୍ରୀ ସହ ଲକ୍ଷାଧିକ ଟଙ୍କା ର ସମ୍ପତ୍ତି ପୋଡ଼ି ସମ୍ପୂର୍ଣ ନଷ୍ଟ ହୋଇଛି | ତେବେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁ କୁ ଆୟତ୍ତ କରିଥିବା ବେଳେ,କେଉଁ କାରଣ ରୁ ନିଆଁ ଲାଗିଛି ତାହା ସ୍ପଷ୍ଟ ହୋଇ ନାହିଁ |ସେପଟେ କ୍ଷୟ କ୍ଷତି ର ଆକଳନ କରି ତାଙ୍କୁ କ୍ଷତିପୂରଣ ଦେବା ପାଇଁ ଗ୍ରାମବାସୀ ଦାବିକରିଛନ୍ତି ||
କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ