ରାଉରକେଲା/ ରାଉରକେଲା ର ବିଭିନ୍ନ ଅନୁଷ୍ଠାନ ତରଫରୁ ୭୩ତମ ସାଧାରଣ ଦିବସ ପାଳନ ଅବସରରେ ବିଶିଷ୍ଟ ନାଗରିକ ତଥା ଅନୁଷ୍ଠାନର ମୁଖ୍ୟମାନେ ଜାତୀୟ ପତାକାକୁ ଉତ୍ତୋଳନ କରିଥିଲେ। ଅତିଥି ମାନେ ତାଙ୍କ ବକ୍ତବ୍ଯରେ ସମ୍ବିଧାନ ଓ ତାର କାର୍ଯ୍ୟ କାରିତା ସଂପର୍କରେ ଆଲୋଚନା କରିବା ସହ ମୌଳିକ ସୁବିଧା ଓ ଆତ୍ମସମୀକ୍ଷା ସଂପର୍କରେ ଆଲୋଚନା କରିଥିଲେ । ଜନରାଜ୍ୟ ଦିବସ ପାଳନ କରିଥିବା ଅନୁଷ୍ଠାନ ଗୁଡିକ ହେଲା ….
ହକର ଆସୋସିଏସନ୍ ସେକ୍ଟର ୨….
ସେକ୍ଟର ୨ ବସଷ୍ଟାଣ୍ଡ ହକର ଆସୋସିଏସନ୍ ରେ ବିମାନ ମାଇତିଙ୍କ ସଂଯୋଜନାରେ ସିଟୁର ସର୍ବଭାରତୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତି,ସମାଜ ର ସମୀର ପରିଡା,ସକାଳ ର ଦେବବ୍ରତ ପଟ୍ଟନାୟକ, ସାମ୍ବାଦିକ ତଥା କବି କୁଂଜବିହାରୀ ରାଉତ ପ୍ରମୁଖ ବକ୍ତବ୍ଯ ରଖି ଥିଲେ। ଶ୍ରୀ ରାଉତ କବିତା ପାଠ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଅଶେଷ ବିଶ୍ବାଳ, ମନୋଜ ପଟ୍ଟନାୟକ, ଆର୍ତ୍ତତ୍ରାଣ ମହାପାତ୍ର, ସୁକେନ୍ଦୁ ପାତ୍ର, ଶରତ ପଣ୍ଡା, ନବୀନ ମାଝୀ, ସମୀର ରାଜହଂସ,ବିଚିତ୍ର ବାରିକ,ଗୋଲକ ସାହୁ,ଆନନ୍ଦ ବାରିକ,ସନ୍ତୋଷ ମହାନନ୍ଦ,ବିକାଶ ସୁନା, ସୁରେନ୍ଦ୍ର ପଟ୍ଟନାୟକ, ସାଗର ବାବୁ, ରାଜ ନାୟକ ଓ ଅନ୍ୟାନ୍ୟ ବହୁ ହକର ଭାଇ ମାନେ ଉପସ୍ଥିତ ଥିଲେ। କୁଞ୍ଜ ବିହାରୀ ରାଉତ ଙ୍କ ରିପୋର୍ଟ।