ଆଭାସୀ ବୈଠକ ମାଧ୍ୟମରେ ଆଣ୍ଟି ନିର୍ମଳା ନର୍ସରୀ ସ୍କୁଲ ତରଫରୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ସ୍କୁଲର ଉପାଧ୍ୟକ୍ଷ ମଧୁସ୍ମିତା ସେନ ଙ୍କ ଆବାହକତ୍ବ ଓ ସଂଯୋଜନାରେ ଆଲୁମନି ତଥା କୋଏଲ ଫ୍ରେସ ପ୍ରାଇଭେଟ ଲିମିଟେଡ୍ ର ନିର୍ଦ୍ଦେଶକ ଆଶୁତୋଷ ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ସାଧାରଣତନ୍ତ୍ର ଦିବସ ପାଳନର ଆବଶ୍ୟକତା ଓ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିବା ସହ ବିଦ୍ୟାଳୟର ଛାତ୍ର ଜୀବନର ସ୍ମୃତି ଚାରଣ କରିଥିଲେ। ଟ୍ରଷ୍ଟି ରୋଟାରୀଆନ ରବି ଦାସ ମୁଖ୍ୟବକ୍ତାଙ୍କ ପରିଚୟ ପ୍ରଦାନ ସହ ସାଧାରଣତନ୍ତ୍ର ଦିବସ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ଉପାଧ୍ୟକ୍ଷା ଶ୍ରୀମତୀ ସେନ ଧନ୍ୟବାଦ ଅର୍ପଣ କରିଥିଲେ।
previous post