ତେନ୍ତୁଳିଖୁଣ୍ଟି – ୩୦/୧୧/୨୨- ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମ୍ମା ଲ୍ୟାମ୍ପ ର ବୈଠକ ସଭାପତି ଦିଲିପ କୁମାର ପ୍ରଧାନୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ପ୍ରାରମ୍ଭ ରେ ପୂର୍ଵ ବୈଠକ ର ବିବରଣୀ ପାଠ ଓ ଲ୍ୟାମ୍ପ ର ଆୟ ବ୍ୟୟ ସମ୍ପର୍କିତ ବିବରଣୀ ପାଠ କରାଯାଇଥିଲା। ପରେ ରବି ଋଣ ଓ ରବି ପ୍ରକୃମେଣ୍ଟ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ଚଳିତ ଖରିଫ ଋତୁ ରେ ଧାନ ମଣ୍ଡି ପରିଚାଳନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଲ୍ୟାମ୍ପ ର କମ୍ପୁଟରୀକରଣ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଶାଖା ପରିଚାଳକ ଶଙ୍କର ପ୍ରସାଦ ରଥ , ସୁପର ଭାଇଜର ଅରୁଣ ମହାପାତ୍ର ,ଏମ ଡି ସୁଶୀଲ ମହାପାତ୍ର ଲ୍ୟାମ୍ପ ର ବିଭିନ୍ନ ଅଭାବ ଓ ଅବଶ୍ୟକତା ତଥା ଚାଷୀଙ୍କ ହିତ ପାଇଁ କଣ ପଦକ୍ଷେପ ନିଆଯାଇପାରିବ ମତ ରଖିବା ସହ ସରକାରୀ ସହାୟତା ର ଦସ୍ତାବିଜ ଉପସ୍ଥାପନ କରିଥିଲେ।ଲ୍ୟାମ୍ପ ଉପ ସଭାପତି ପ୍ରଭାତୀ କନ୍ଧ ସମେତ ୧୩ ଜଣ ଯାକ ନିର୍ଦେଶକ ଉପସ୍ଥିତ ଥିଲେ।
ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି