Uncategorizedସୁରେନ୍ଦ୍ର କୁମାର ବେହେରା ଙ୍କ କବିତା ଶ୍ରୀୟା ଚଣ୍ଡାଳୁଣୀ by Sunil Chandra NayakNovember 30, 2022059 Share0 ଶ୍ରୀୟା ଚଣ୍ଡାଳୁଣୀ ସୁରେନ୍ଦ୍ର କୁମାର ବେହେରା ଜୟ ଜୟ ମହାଲକ୍ଷ୍ମୀ ସାଗର ଦୁଲଣି କମଳା ଚଞ୍ଚଳା ମାଗୋ ବିଷ୍ଣୁ ପାଟ ରାଣୀ , ତୁମ କୃପାବଳେ ମାତ ଚଳେ ଏସଂସାର ଅନ୍ନପୂର୍ଣ୍ଣା ପଡିଦାତ୍ରୀ କରୁଣା ଅପାର, ଆଚାର ବିଚାର ଦେଖି ଦର୍ଶନେ ପ୍ରସନ୍ନ ସଂସାରରେ ସୁଖୀ ହୋଇ ପାଏ ବସ୍ତ୍ର ଅନ୍ନ , ଚଣ୍ଡାଳ ହେଉକିଅବାହେଉ ସେବ୍ରାହ୍ମଣ ମାଆଙ୍କୁ ସ୍ମରଣ କଲେ ପୂର୍ଣ୍ଣ ମନସ୍କାମ । ମାର୍ଗଶିର ଗୁରୁବାର ଲକ୍ଷ୍ମୀଙ୍କର ବାର ମାଣବସା ଓଷା କଲେ ଯାଚି ଦିଏ ବର । ଶ୍ରୀୟା ନାମେ ଚଣ୍ଡାଳୁଣୀ ସେଅତି ଗରିବ ଲକ୍ଷ୍ମୀଙ୍କୁ ସ୍ମରଣ କଲା ଓଷାସେ କରିବ । ରାତି ନପାହୁଣୁ ଶ୍ରୀୟା ଗୋବରକୁ ଆଣି ଘରଦ୍ୱାର ଲିପାପୋଛା ଜତନରେ ପୁଣି । ଖଟୁଲିରେ ସେରମାଣ ସଜାଇରଖିଲା ଝୋଟିଚିତା ଶରଧାରେ ଜତନେ ଆଙ୍କିଲା । ଧୂପ ଦୀପ ପଦ୍ମଫୁଲ ଭକ୍ତିଭରେ ଦେଇ ଆବାହନ କଲା ଧ୍ୟାନେ ପ୍ରଣତି ଜଣାଇ । ଶ୍ରୀୟା ଚଣ୍ଡାଳୁଣୀ ଭକ୍ତି ଦେଖି ପଦ୍ମାଳୟା ପ୍ରସନ୍ନ ହୋଇଲେ ପଦ୍ମଫୁଲେ ମାତା ଠିଆ । ଧନଜନ ଗୋପଲକ୍ଷ୍ମୀ ସବୁ ଯାଚିଦେଲେ ଶ୍ରୀୟା ଜୀବନରୁ ଦୁଃଖ ହଟାଇମା ଦେଲେ । ଅପାର ସମ୍ପତି ଶ୍ରୀୟା ଭକ୍ତିରେ ପାଇଲା ସାରାଜଗତରେପୁଣି ଯଶ ଅରଜିଲା । ଲକ୍ଷ୍ମୀ ପୁରାଣରେ ଏହା ହୋଇଛି ବର୍ଣ୍ଣିତ ସମସ୍ତଙ୍କୁ କୃପାକର ଦୟା ବହି ମାତ । ଜୟ ଜୟ ମହାଲକ୍ଷ୍ମୀ କ୍ଷୀରାବ୍ଧୀ ତନୟା ସର୍ବଶକ୍ତିମୟୀ ମାତ୍ କରବାରେ ଦୟା । ସୁରେନ୍ଦ୍ର କୁମାର ବେହେରା ଜିତିପୁର ,ହରିପୁର ହାଟ ,ଯାଜପୁର