ଜୟ ମା ଲକ୍ଷ୍ମୀ
ସୁରେଶ ଚନ୍ଦ୍ର ପାଢୀ
ସାଗର ଗର୍ଭରୁ ମା ତୁମେ ଜନ୍ମ ନେଲ
ବୈକୁଣ୍ଠ ଧାମ ରେ ମା ତୁମେ ତ ରହିଲ
ଜୟ ମହାଲକ୍ଷ୍ମି …….ବିଷ୍ଣୁ ପାଟରାଣୀ
ଜଗତ କୁ ତୁମେ ଅନ୍ନ ବସ୍ତ୍ର ଦେଲ
ସୀତା ହୋଇ ତୁମେ ସହିଗଲ ଦୁଃଖକୁ
ରାମ ଙ୍କ ପାଇଁ ତ୍ୟାଗ କରିଲ ଗୃହକୁ
ଦ୍ଵାପର ଯୁଗେ ତୁମେ ହୋଇଲ ରୁକ୍ମଣୀ
ଶ୍ରୀ କୃଷ୍ଣ ତୁମକୁ କରିଲେ ଘରଣୀ
ଜୟ ମହାଲକ୍ଷ୍ମି ………ଜଗତ ଜନନୀ
ତୁମେ ଦୁଃଖ ହାରିଣୀ ତୁମେ ଶାନ୍ତି ଦେଲ
ତୁମ ନାମ ନେଲେ ଅଭାବ ଯାଏ ଦୂରେଇ
ଅଷ୍ଟ ସ୍ୱରୂପ କୁ ତୁମ ସଂସାର ପୂଜଇ
ଶ୍ରୀ ମନ୍ଦିରରେ ନିତ୍ୟ ଲୀଳା ତୁମେ କର
ଖୋଲି ଦେଇଅଛ ମାଆ ଆନନ୍ଦ ବଜାର
ଜୟ ମହାଲକ୍ଷ୍ମି…….. ତୁମେ ପଦ୍ମାସିନି
ଭକତ ହୃଦୟେ ମା ତୁମେ ରହିଲ
ବୁଗୁଡ଼ା , ଗଞ୍ଜାମ