l l l l ହସ l l l l
ଚନ୍ଦ୍ରକଳା ଦେବୀ
ହସ କାନ୍ଦ ସୁଖ ଦୁଃଖ ସମିଶ୍ରଣେ
ଗଢ଼ା ଆମର ଜୀବନ,
ବିବିଧ ପ୍ରକାର ହସ ରହିଅଛି
ମନଦେଇ ତୁମେଶୁଣ ||
ରାଜାହସ ବ୍ୟଙ୍ଗହସ ସ୍ମିତହାସ୍ୟ
ଆଉଯେ ବିଦ୍ରୁପ ହସ,
ରାକ୍ଷସ ହସ ଓ ମନ ଖୋଲା ହସ
ଛଳନା, ମୁରୁକି ହସ ||
ସୂରୁଜ ହସିଲେ ଆକାଶ ହସଇ
ତାରାମେଳେ ହସେଜହ୍ନ,
ଶିଶୁ ପାଇଁ ହସେ ଜ୍ଞାନର ମନ୍ଦିର
ହସୁଥାଏ ମାଆ ମନ ||
ଶିଶୁ ନାଚ ଗୀତ ହସ ଓ ଖେଳରେ
ଏ ଧରା ହସଇ ପରା,
ଆଜିର ଶିଶୁଯେ କାଲିର ତାରାସେ
ସିଏତ ଅମୂଲ୍ୟ ହୀରା ||
ସବୁରି ଓଠରେ ଫୁଟାଏ ସେ ହସ
ଦରୋଟି ଦରୋଟି କଥା,
ଧରାର ବକ୍ଷରେ ନାଚି କୁଦି ଖେଳେ
ନଦିଏ କାମନେ ବ୍ୟଥା ||
ସ୍ୱାସ୍ଥ୍ୟ ଲାଗି ହସ ଅତି ଉପାଦେୟ
ଔଜ୍ଜ୍ୱଲ୍ୟ ମୁଖ ମଣ୍ଡଳ,
ମନରେ ଭରଇ ଆଶ୍ବସ୍ତି ପ୍ରଶ୍ବସ୍ତି
ପବିତ୍ରତା ନିରିମଳ ||
ବନ ଉପବନ ନାନାବିଧ ଫୁଲେ
କିରିକିରିଯେ ହସଇ,
ସୂରୁଜକୁ ଦେଖି କମଳ ହସଇ
ଚାନ୍ଦକୁ ଦେଖିଣ କଇଁ ||
ହସ ଭରି ଦିଏ ଅପାର ଆନନ୍ଦ
ମୂଲତା ଅମୂଲ ମୂଲ,
ପ୍ରଫୁଲ୍ଲିତ ସଦା ରଖିଥାଏ ମନ
କେହି ନୁହେଁ ତା’ରତୁଲ ||
ବନ୍ଧୁଗାଁ,କୋରାପୁଟ