ଥୁଆମୂଳ ରାମପୁର:/କଲମ ପୁର – ମ.ନି.ସ:- ଚାଷୀ ପ୍ରତି ସରକାରଙ୍କ ମଣ୍ତି ବିଭାଗ ର ବୈମାତୃକ ମନୋଭାବ ଯୋଗୁଁ ବର୍ଷ ଯାକ କଷ୍ଠିନ ପରିଶ୍ରମ କରି ଧାନ ଚାଷ କରି ପରିବାର ଓ ଲୋକଙ୍କୁ ଖାଦ୍ଯ ଯୋଗାଉଥିବା ଚାଷୀ ଆଜି ବିଭିନ୍ନ ସମସ୍ୟାରେ ଜର୍ଜରିତ ହୋଇ ପଡିଛନ୍ତି। ସେମାନେ କୌଣସି ପ୍ରକାରେ ସୁବିଧା ସୁଯୋଗ ଠିକ ସମୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଯାହାକି ଧାନଫସଲ ଅମଳ ହେବା ପରେ ଧାନ ଅଭାବି ବିକ୍ରି ର ସମ୍ମୁଖୀନ ହେଉଛନ୍ତି। କେତେ ବେଳେ ଦରଦାମ ଉପରେ ହେଉ କିମ୍ବା ଟୋକୋନ୍ ବ୍ଯବସ୍ଥାରେ ହେଉ ସବୁଥିରେ ଅସୁବିଧା ରହିଯାଇଛି। ଚାଷୀଙ୍କ ଅନଲାଇନ ଟୋକୋନ୍ ବ୍ଯବସ୍ଥାରେ ବିଳମ୍ବ ହେତୁ ଚାଷୀ ଙ୍କ ଧାନ ଖଳାରେ ପଡି ଗଜା ହେଉଅଛି। ଏହି ଦୃଶ୍ଯ ଅନେକ ସ୍ଥାନରେ ଦେଖିବାକୁ ମିଳିଛି। କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ ଅଞ୍ଚଳରେ ଅନେକ ଚାଷୀ ଙ୍କ ଧାନ ଅମଳର ଦୁଇମାସ ହୋଇଥିଲେ ମଧ୍ୟ ଆଜି ଯାଏଁ ଧାନ ବିକ୍ରି କରିନଥିବା ଦେଖିବାକୁ ମିଳିଛି। ଯାହାଫଳରେ ଧାନ ଗଜା ହୋଇପଡିଛି।ଅନଲାଇନ ଟୋକୋନ୍ ତାରିଖ କୁ ଅପେକ୍ଷା କରିଛନ୍ତି। ଏମିତି ଆଉ କେତେ ଦିନ ଅପେକ୍ଷା କରିବାକୁ ପଡିବ, ତେଣୁ କିଛି ଚାଷୀମାନେ କମ୍ ମୂଲ୍ଯରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଏହି କାରଣ ଯୋଗୁଁ କେତେକ ଚାଷୀ ଙ୍କ ଧାନ ଏହି ଅଦିନିଆ ବର୍ଷାରେ ଭିଜି ଖଳାରେ ଗଜା ହୋଇଥିବା ଜଣାପଡିଛି। କଲମପୁର ବ୍ଳକ ଅଧିନରେ ଥିବା ବିରିପୁର ଗ୍ରାମର ମୋହନ ସୁନ୍ଦର ପଣ୍ଡା ଙ୍କ ଧାନ ଖଳାରେ ଗଜା ହୋଇଥିବା ଜଣାପଡିଛି। ପଣ୍ତା ଙ୍କ ପ୍ରାୟ ୭୬ କୁଇଣ୍ଟାଲ ଧାନ ଚଳିତ ମାସରେ ବିକ୍ରି ପାଇଁ ରହିଛି।ମଣ୍ତି ଗୁଡିକରେ ଟାରଗେଟ କମ ଓ ସ୍ଲୋ ଲିଫ୍ଟଙ୍ଗ କାର୍ଯ୍ଯ ପାଇଁ କ୍ରୟରେ ବିଳମ୍ବ ହେଉଛି। ଯଥାଶୀଘ୍ର ଧାନ ଉଠାଣ କାର୍ଯ୍ଯ ବିଭାଗ ପକ୍ଷରୁ ଦ୍ରୃତ କରାଯିବା ପାଇଁ ଅଞ୍ଚଳର ଚାଷୀ ପକ୍ଷରୁ ଦାବି ହେଉଛି।ବଳଭଦ୍ର ବାଗ ଙ୍କ ରିପୋର୍ଟ
previous post
next post