ଢେ଼ଙ୍କାନାଳ (ମ ସୀ ହା) କାମାକ୍ଷାନଗର କାନପୁରା ସ୍ଥିତ ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ଗତ କାଲି ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ ଡ଼ଃ ପୁଷ୍ପଲତା ରଥ ଙ୍କ ସଭାପତିତ୍ବ ରେ “ଭାଷାତତ୍ତ୍ଵବିତ ପ୍ରଫେସର୍ ଗୋଲେଖ ବିହାରୀ ଧଳ “ଶୀର୍ଷକ ଭିତ୍ତିକ ଏକ ସାରସତ୍ଵ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଉକ୍ତ କାର୍ଯ୍ୟକ୍ରମରେ ଶ୍ରୂଯୁକ୍ତ ମୂଖ୍ୟ ଅତିଥି ଭାବରେ ହାଇସ୍କୁଲ୍ ର ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ, ମୂଖ୍ୟ ବକ୍ତା ଭାବେ କେନ୍ଦ୍ର ଏକାଡେମୀ ସଦସ୍ୟ ଶ୍ରୀଯୁକ୍ତ ବାହାଦୁର ପାଟସାହାଣୀ, ସମ୍ମାନୀତ ଅତିଥି ଭାବେ ଡଃ ପ୍ରଫୁଲ୍ଲ ପାଣି , ଓଡ଼ିଶା ଅଲ୍ଟର ନେଟିଭ ଥିଏଟର ର ନିର୍ଦେଶକ ତଥା ନାଟ୍ୟକାର ଦିନେଶ ଦାସ , ପ୍ରାଧ୍ୟାପକ ଡଃ.ଶ୍ରୀଯୁକ୍ତ ଲୋକନାଥ ଷଡଙ୍ଗୀ ଭାବେ ମଞ୍ଚାସୀନ ହୋଇଥିଲେ | ଏହି ପରିପ୍ରେକ୍ଷୀରେ ଢେ଼ଙ୍କାନାଳl ଜିଲ୍ଲା ର ଭାପୁର ନିକଟବର୍ତ୍ତି ଗଞ୍ଜେଇଡିହ ଗ୍ରାମରେ ୧୯୨୧ ମସିହା ଡିସେମ୍ବର ୧୫ ରେ ଜନ୍ମିତ ଭାରତ ପ୍ରସିଦ୍ଧ ଓଡ଼ିଆ ଭାଷା ବିଶାରଦ,ଅନୁବାଦକ ଗୋଲେଖ ବିହାରୀ ଧଳ ଙ୍କ ଜୀବନ ଚରିତ, ସାମଗ୍ରିକ କୃତି, ଓଡ଼ିଆ ଭାଷା ସାହିତ୍ୟ ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନ ସମୂହ ଆଲୋଚ୍ୟର ବିଷୟବସ୍ତୁ ଥିଲା lଏଠାରେ ସୂଚନା ଯୋଗ୍ୟ ଯେ ଧ୍ୱନି ବିଜ୍ଞାନ, ଭାଷା ତତ୍ତ୍ଵ, ମଣିଷ ର ଭାଷା, ଭାଷା ଶାସ୍ତ୍ର ପରିଚୟ ରଚନା କରି ଓଡ଼ିଆ ସାହିତ୍ୟ ଜଗତ କୁ ଋଦ୍ଧିମନ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ସହକାରୀ ଶିକ୍ଷକ ନିରଞ୍ଜନ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ସୁରେଶ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବହୁ ଛାତ୍ର ଛାତ୍ରୀ ,ଓ ସାହିତ୍ୟ ପ୍ରେମୀ ଯୋଗ ଦେଇ ଥିଲେ।
ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍