ଡାବୁଗାଁ, ୧୬/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକର ହାତୀବେଡା ପଞ୍ଚାୟତ ଅଧୀନ ବଡପଞ୍ଜାଆରୀଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଆଗାମୀ ୨୦୨୩ ମସିହାରେ ଓଡିଶାରେ ହକି ବିଶ୍ଵ କପ ଖେଳ ଆୟୋଜନ ହେଉଥିବାରୁ ରାଜ୍ୟର ପ୍ରତି ଗ୍ରାମାଞ୍ଚଳରେ ବିଦ୍ୟାଳୟ ସ୍ତରରେ ଖେଳର ମହୋଲ ସୃଷ୍ଟି କରିବା ନିମନ୍ତେ ସରକାରଙ୍କ ନିର୍ଦ୍ଦେଶାନୁସାରେ ବିଦ୍ୟାଳୟରେ ବିଭିନ୍ନ କ୍ରିଡା ପ୍ରତିଯୋଗୀତା ଅନୁଷ୍ଠିତ ହେଉଛି | ଛାତ୍ରୀଛାତ୍ର ମାନଙ୍କ ମଧ୍ୟରେ କବାଡି, ଖୋଖୋ, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ଗଣିତ ଦୌଡ, ଭଲିବଲ, ସଟଫୁଟ, ଡ଼ିସକସ ଓ ମ୍ୟୁଜିକ ଚେୟାର ଆଦି ପ୍ରତିଯୋଗୀତା କରାଯାଇଛି | ଏଥିରେ ଉଭୟ ବାରିଷ୍ଠ ଓ କନିଷ୍ଠ ବିଭାଗରେ ବାଳିକା ଓ ବାଳିକା ବିଭାଗରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା | ଏଥିରେ ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ଛାତ୍ରୀଛାତ୍ର ମାନଙ୍କୁ ପୁରସ୍କୃତ କରଯାଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ ହାତୀବେଡା ପଞ୍ଚାୟତ ସରପଞ୍ଚ ଟପିଧର ଭତ୍ରା, ସମ୍ମାନୀତ ଅତିଥି ଭାବେ ଜଗମଣି ଜାନୀ, ବିଦ୍ୟାଳୟ ସଭାପତି ଚନ୍ଦ୍ର ଶେଖର ନାୟକ, ପୁରାତନ ଛାତ୍ର ଗିରିଧର ଗୌଡ, ପ୍ରଧାନ ଶିକ୍ଷକ ବାଳକୃଷ୍ଣ ଦାସ, ଶିକ୍ଷକ କେଶବ କୁମାର ପ୍ରଧାନ, ସରୋଜ କୁମାର ସେଠୀ, ଦେବପ୍ରସାଦ ମଲ୍ଲ, ବିନୋଦ ବିହାରୀ ରଣା, ଉପେନ୍ଦ୍ର ନାଥ ସ୍ଵାଇଁ ଓ ସମସ୍ତ ଶିକ୍ଷକ ଓ ଛାତ୍ରୀଛାତ୍ର ମାନେ ଉପସ୍ଥିତ ଥିଲେ | ଶେଷରେ ଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟ ଓ ଛାତ୍ରୀ ଛାତ୍ର ଙ୍କ ଦ୍ଵାରା ବଣ ମଲ୍ଲୀର ବାସ ବିଷୟ ଉପରେ ଏକ ଶିକ୍ଷଣୀୟ ନାଟକ ପରିବେଷଣ ହୋଇଥିଲା | ଶିକ୍ଷକ ପ୍ରକାଶ ରଞ୍ଜନ ମୁଦୁଲି ମଞ୍ଚ ପରିଚାଳନା କରିଥିଲେ |
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ