ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫୁଲବାଣୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି କୁ ଏକ ଲକ୍ଷ ଟଙ୍କା ଦାନ କଲେ ଭିକାରି ବୃଦ୍ଧା

କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସହର ମଧ୍ୟରେ ଥିବା ଅତି ପୁରାତନ ଜଗନ୍ନାଥ ମନ୍ଦିର ପରିସରରେ ବହୁ ଦିନ ହେଲା ଭିକ୍ଷା ବୃତ୍ତି କରି ଚଳୁଥିବା ତୁଳା ବେହେରା ନାମକ ଜଣେ ୭୦ ବର୍ଷର ବୃଦ୍ଧା ଭିକାରୁଣୀ ସେହି ଜଗନ୍ନାଥ ମନ୍ଦିରକୁ ତାଙ୍କ ଦୈନିକ ସଞ୍ଚୟ ଅର୍ଥ ରୁ ୧ ଲକ୍ଷ ଟଙ୍କା ଦାନ କରି ଇତିହାସ ସୃଷ୍ଟି କରିଛନ୍ତି l ଆଜିର ଦୁନିଆରେ ସମସ୍ତେ ସତ ମାର୍ଗ ରେ ହେଉ ଅବା ଅସତ ମାର୍ଗ ରେ ହେଉ ଧନ ସଞ୍ଚୟ କରି ପରିବାର ପ୍ରତିପୋଷଣ ରେ ବ୍ୟସ୍ତ। ଏ ମଣିଷ ଦାନ ଧର୍ମ କଥା ଭୁଲିଯାନ୍ତି। ନେତା ମନ୍ତ୍ରୀ ମାନେ ଦାନ ଧର୍ମ କରିବାକୁ ଅନିଚ୍ଛା ପ୍ରକାଶ କରନ୍ତି। କିନ୍ତୁ ଆଜିର କଳୁଷିତ ସମାଜରେ ଏପରି ମହାନ ମଣିଷ ଆଜିବି ବଞ୍ଚିଛନ୍ତି । ଯେଉଁ ଅସହାୟ ଭିକାରୀ ମହିଳା ଖରା ବର୍ଷା ଶୀତ ରେ ମନ୍ଦିର ବେଡାରେ ବସି ଭିକ ମାଗି ଅର୍ଥ ସଞ୍ଚୟ କରି ସେହି ସଞ୍ଚିତ ଅର୍ଥ ରେ ନିଜେ ଚଳିବା ସହ କିଛି ଅର୍ଥ କୁ ବର୍ଷ ବର୍ଷ ଧରି ବ୍ୟାଙ୍କ ପାସ ବୁକ ଖୋଲି ଜମା କରୁଥିଲେ। ସେହି ତୁଳା ବେହେରା ଭିକାରୀ ବୃଦ୍ଧା ତାଙ୍କର ୧ ଲକ୍ଷ ୨୦ ହଜାର ଜମା ଟଙ୍କା ରୁ ସାଧୁ ସନ୍ଥ ମାନଙ୍କ ନିମନ୍ତେ ଗୃହ ନିର୍ମାଣ କରିବା ପାଇଁ ୧ ଲକ୍ଷ ଟଙ୍କା ଜଗନ୍ନାଥ ମନ୍ଦିର କମିଟି କୁ ଦାନ କରି ଇତିହାସ ରଚିଛନ୍ତି। ଭାଗବାନଙ୍କ ନିକଟରେ ସେହି ବୃଦ୍ଧା ନିଜକୁ ସମର୍ପଣ କରିଛନ୍ତି l ଭିକାରୀ ବୃଦ୍ଧା ତୁଳା ବେହେରା ଜଣେ ବିଧବା ମହିଳା ଅଟନ୍ତି l ତୁଳାଙ୍କ ସ୍ବାମୀ ପ୍ରଫୁଲ୍ଲ ବେହେରା କୋଡିଏ ବର୍ଷ ତଳୁ ଆରପାରିକୁ ଚାଲିଗଲେଣି । ତୁଳାଙ୍କ କେହି ସନ୍ତାନ ସନ୍ତତି ନାହାଁନ୍ତି ।ଭିକ୍ଷା ବୃତ୍ତି କରି ଚଳୁଥିଲେ । ବିଶେଷ କରି ଜଗନାଥ ମନ୍ଦିର, ଶିବ ମନ୍ଦିର ଓ ବେଳେ ବେଳେ ସିରିଡ଼ି ସାଇ ମନ୍ଦିର ପରିସରରେ ବସି ଭିକ ମାଗନ୍ତି । ଯାହା ଟଙ୍କା ମିଳୁଥିଲା ସେଥିରୁ ଚଳିବା କୁ ରଖି ବାକିଟଙ୍କା ବ୍ୟାଙ୍କରେ ଜମା କରୁଥିଲେ। ଆଜି ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତା ସଦସ୍ୟଙ୍କ ଉପସ୍ଥିତିରେ ୧ ଲକ୍ଷ ଟଙ୍କା ଦାନ କରିଥିଲେ। ତତ ସହିତ ମୁଁ ବଞ୍ଚି ଥିବା ଯାଏ ଆଉ କିଛି ଅର୍ଥ ସଞ୍ଚୟ କରି ଦେବି ବୋଲି ବଦାନ୍ୟ ଭିକାରୀ ବୃଦ୍ଧା କମିଟି କୁ କହିଛନ୍ତି l ମହାନୟା ଭିକାରୁଣୀ ବୃଦ୍ଧା ଙ୍କର ଏଭଳି ଲୋଭତ୍ୟାଗ ମନୋଭାବ ନିଶ୍ଚିତ ଅନ୍ୟ ମାନଙ୍କୁ ପ୍ରେରଣା ଦେବ ବୋଲି ଜଗନାଥ ମନ୍ଦିର କମିଟି ସଭାପତି ଶୂନାଶିର ମହାପାତ୍ର ଓ ସମ୍ପାଦକ ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣା କହିଛନ୍ତି । ମନ୍ଦିର ପରିଚାଳନା କମିଟି ପକ୍ଷରୁ ତୁଳାଙ୍କୁ ଉପଢୌକନ, ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରାଯିବା ସହ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ତୁଳାଙ୍କ ଖାଇବା ପିଇବା, ରହିବା ସହ ତାଙ୍କର ସମସ୍ତ ଦାଇତ୍ୱ ଜଗନ୍ନାଥ ମନ୍ଦିର କମିଟି ବହନ କରିବ ବୋଲି କମିଟି କର୍ମକର୍ତ୍ତା ଗଣମାଧ୍ୟମ କୁ ସୂଚନା ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ମନ୍ଦିର ପୂଜକ, ସଦସ୍ଯ ଆଇନଜିବୀ ତଥା ବରିଷ୍ଠ ସାମ୍ବାଦିକ ଶିବ ପ୍ରସାଦ ତ୍ରିପାଠୀ ,ରଜତ କୁମାର ମହାନ୍ତି, ଆଇନଜିବୀ ଚନ୍ଦ୍ର ଶେଖର ପରିଡା,ଅଜୟ କୁମାର ସିଂ, ସିଦ୍ଧେଶ୍ଵର ଦାଶ,ଫୁଲବାଣୀ ର ପ୍ରତିଷ୍ଠିତ ବ୍ୟକ୍ତି ତଥା ସମାଜସେବୀ ଦେବେନ୍ଦ୍ର ପାତ୍ର, ପ୍ରଦୀପ ମୁନି ଓ ଶଙ୍କର ପାଢି ପ୍ରମୁଖ ଉପସ୍ଥିତ ଥିଲେ l

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ଲଳିତ କଳା କେନ୍ଦ୍ର, ଆସାମ ଆନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ 

Sunil Chandra Nayak

କବିତା ସାହୁ ଙ୍କ କବିତା ମାଆ ଆସିଛନ୍ତି

Sunil Chandra Nayak

ଶ୍ରୀ ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା ସ୍ଵଛ ପରିବେଶରେ ଆମେ ଓ ବୃକ୍ଷ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort