ଲାଞ୍ଜିଗଡ଼,୧୬/୧୨(ମନିସ)-କଳାହାଣ୍ଡିର କଳା, ସଂସ୍କୃତି ଓ ଐତିହ୍ୟକୁ ଉଜ୍ଜୀବିତ କରିବା ସହିତ ଲୁକ୍କାୟିତ ପ୍ରତିଭାର ବିକାଶ କରିବା ଦିଗରେ କଳାହାଣ୍ଡି ଉତ୍ସବ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ ଏହାକୁ ବର୍ଣ୍ଣାଢ୍ୟ ଢଙ୍ଗରେ ପାଳନ କରିବାକୁ ସାମୁହିକ ନିଷ୍ପତ୍ତି ନିଆଯାଇଛି ! ଏଥିପାଇଁ ଆଜି ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁରସ୍ଥିତ ରାଜୀବ ଗାନ୍ଧୀ ସେବାକେନ୍ଦ୍ରଠାରେ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ! ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, କଳାହାଣ୍ଡି ଲୋକସଭା ସାଂସଦଙ୍କ ପ୍ରତିନିଧି ଲକ୍ଷ୍ମୀଧର ସନ୍ତୋଷରାୟ, ଲାଞ୍ଜିଗଡ଼ ବ୍ଲକ ଶିକ୍ଷାଧିକାରୀ ସଞ୍ଜୀବ କୁମାର ନାଏକ, ଜିପିଇଓ ସରୋଜ କୁମାର ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋହର ହରପାଲ, ବେଦାନ୍ତ ଲିମିଟେଡ୍ ସିଏସ୍ଆର୍ ବିଭାଗର ଦିଲିପ ପ୍ରଜାପତି, ଶ୍ରୀମୁଖ ଅଗସ୍ତି, ସମାଜସେବୀ ସୁବାସ ଅଗ୍ରବାଲ, ଚନ୍ଦ୍ରଶେଖର ମହାପାତ୍ର, ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ମଶାଲ ସବକମିଟି ସଦସ୍ୟ ସୁଶୀଲ କୁମାର ବାଗ, ସାମ୍ବାଦିକ ସନ୍ତୋଷ ତୁଳ, ଗୋପାଳଦାସ ମହାନନ୍ଦ, ବ୍ଲକ କଳାକାର ସଂଘର ଉପ ସଭାପତି ହରେକ୍ରୁଷ୍ଣ ଘଡ଼େଇ, ବରିଷ୍ଠ ନାଗରିକ ରଘୁବୀର ନାଗ, ବଳରାମ ବେହେରା, ଲାଞ୍ଜିଗଡ଼ ସରପଞ୍ଚ ସରସ୍ବତୀ ମୁଣ୍ଡା, ଚମ୍ପାଦେଇପୁର ସରପଞ୍ଚ ନରେନ୍ଦ୍ର ମାଝୀ, ବାତେଲିମା ସରପଞ୍ଚ କରୁଣା ମାଝୀ, ସମିତିସଭ୍ୟ ଗୋବିନ୍ଦ ନାଏକ, ଭଟାଙ୍ଗପଦର ସମିତିସଭ୍ୟ ରୂପେନ୍ଦ୍ର ଛତ୍ରିଆ, କମର୍ଦ୍ଧାରୁ ଭଗବାନ ମାଝୀ, ବଣିକ ସଂଘ ତରଫରୁ ପ୍ରମୋଦ ଗୋୟଲ, ପ୍ରାଣୀ ବିଭାଗର ଜ୍ୟୋତ୍ସ୍ନାରାଣୀ ସିଂହ, ମିଶନଶକ୍ତିର ବିପିସି ଜାଭେଦ ଇକବାଲ ଖାନ୍, ଦାଶରଥୀ ତାଣ୍ଡି, ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ! ଏଇ ଅବସରରେ ବ୍ଲକସ୍ତରୀୟ ଉତ୍ସବକୁ ସରସସୁନ୍ଦର କରିବାକୁ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗ୍ରୁହୀତ ହୋଇଥିଲା !