ନବରଙ୍ଗପୁର(ମସିହା )ତା 15/12/022—-ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଂଚାୟତ ଅନ୍ତର୍ଗତ ରାମସା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଚଳିତ ବର୍ଷର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି।ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ବାର୍ଷିକ କ୍ରୀଡା ଉତ୍ସବକୁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁରେନ୍ଦ୍ର ଦୁର୍ଗା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ରାମସା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ପୋଲୁଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶେଖ ମହମ୍ମଦ ବୁରହାନ ସମ୍ମାନୀୟ ଅତିଥିଭାବେ ଯୋଗଦେଇ ଫିତା କାଟି ଖେଳ ର ଉଦ୍ଘାଟନ କରିଥିଲେ। ପ୍ରଥମେ ସ୍ଥାନୀୟ ବରିଷ୍ଟ ପୂଜାରୀ ମନବୋଧ ପୂଜାରୀ ଖେଳ ପଡିଆ ନିକଟରେ ପୂଜାର୍ଚ୍ଚନା କରିବା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା।ପ୍ରଥମ ଦିନରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆଥେଲେଟିକ୍ସ, ଖୋଖୋ, ମେଥମେଥିକ୍ସ ଗେମ ଓ ସ୍ପୁନ ଗେମ ଭଳି ଖେଳ ଅନୁଷ୍ଠିତ ହୋଇଥିଲା।ଆଜି ଆରମ୍ଭ ହୋଇଥିବା ଏହି ବାର୍ଷିକ ଖେଳ ପ୍ରତିଯୋଗିତା ଆଉ ଦୁଇ ଦିନ ହେବ ବୋଲି ଜଣାପଡିଛି।ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ଉଦଯାପନୀ ଉତ୍ସବରେ ପୁରସ୍କାର ପ୍ରଦାନ କରାଯିବ।ପ୍ରଧାନ ଶିକ୍ଷକ ସରୋଜ କୁମାର ନେତମଙ୍କ ନେତୃତ୍ୱରେ ଅନୁଷ୍ଠିତ ବାର୍ଷିକ କ୍ରୀଡା ଉତ୍ସବରେ କ୍ରୀଡା ଶିକ୍ଷକ ଦୀପକ କୁମାର ସିଂ କ୍ରୀଡ଼ାର ପରିଚାଳନା କରିଥିଲେ।ସେହିପରି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଗୋପୀନାଥ ଭତରା, ମାନସ ରଞ୍ଜନ ମେହେର, ବେଣୁଧର ଭତରା, ଶିବ ପ୍ରସାଦ ସାହୁ, ଉତ୍ତମ କୁମାର ପ୍ରଧାନ, ସବିତା ନାଟୁଆ, ସୁଜାତା ପେଣ୍ଠଇ ପ୍ରମୁଖ ସହଯୋଗ କରିଥିଲେ |
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ