ନୂଆପଡା, ନୂଆପଡା ଜିଲ୍ଲା ଖଡ଼ିଆଳ ଥରେ ପ୍ରତିବର୍ଷ ଭଳି ହୋଇ ଆସୁଥିବା ୨୦ ତମ ସର୍ବ ଭାରତୀୟ କେ ସି ଏସ ଏ କ୍ରିକେଟ ଉଦଘାଟିତ ହୋଇ ଯାଇଛି । ପ୍ରଥମ ମ୍ୟାଚ ବିଳାଶପୁର ରେଳ ୱେ ଓ ବିଶାଖାପାଟଣା ମଧ୍ୟରେ ହୋଇଥିବା ବେଳେ ବିଳାଶପୁର ରେଳ ୱେ ପ୍ରଥମେ ବ୍ୟାଟିଂଙ୍ଗ କରି ସମସ୍ତ ଉଇକେଟ ବିନିମୟରେ ୧୮୧ ରନ କରିଥିବା ବେଳେ ବିଶାଖାପାଟଣା ୧୯ ଓଭେର ରେ ୧୧୧ ରନ କରି ୭୦ ରନରେ ପରାଜିତ ହୋଇଥିଲା । ସେହିପରି ଦିତୀୟ ମ୍ୟାଚ ଭୁବନେଶ୍ୱର ଟାଉନ କ୍ଳବ ଓ ବରଗଡ ମଧ୍ୟରେ ହୋଇଥିବା ବେଳେ ବରଗଡ ପ୍ରଥମେ ବ୍ୟାଟିଙ୍ଗ କରି ୧୫ ଓଭେରରେ ୧୦୦ ରନ କରିଥିବା ବେଳେ ଭୁବନେଶ୍ୱର ଟାଉନ ୧୫ ଓଭରରେ ୧୦୬ ରନ କରି ବିଜୟୀ ହୋଇଥିଲା । ଖେଳ ପରିଚାଳନା କରିଥିଲେ ପ୍ରତାପ ପାତ୍ର ଓ ସୀମିତ ଦଳାଇ । ଧାରା ବିବରଣୀ ପ୍ରଦାନ କରିଥିଲେ ବିଶ୍ଵଜିତ ପାଢ଼ୀ, ଆଶିଷ ତ୍ରିବେଦୀ, ଟୁନା ନାଏକ ଓ ସ୍କୋରର ଭାବରେ ସରୋଜ ପଣ୍ଡା କାର୍ଯ୍ୟ ସମ୍ପାଦନ କରିଥିଲେ । ପ୍ରଥମ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ଏନ ଏ ସି ଅଧ୍ୟକ୍ଷ ଉଜ୍ଜ୍ୱଳ ଗୁପ୍ତା ଥିବାବେଳେ ସମସ୍ତ କାଉନସିଲର ଯୋଗ ଦେଇଥିଲେ । ଦିତୀୟ ମ୍ୟାଚରେ ମୁଖ୍ୟ ଅତିଥି ଖଡ଼ିଆଳ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ଯୋଗ ଦେଇ ଖେଳାଳି ମାନଙ୍କୁ ଉସ୍ଥାହିତ କରିଥିଲେ । କେ ସି ଏସ ଏ ଆୟୋଜନ କମିଟିର ସମ୍ପାଦକ ସନ୍ତୋଷ ପଟ୍ଟନାୟକ, ସଦସ୍ୟ ଟୁନା ନାଏକ, ଗୁଡୁ ପାଣିଗ୍ରାହୀ, ଅମିତାଭ ପଟେଲ, ନେତ୍ରାନନ୍ଦ ଶବର, ଶ୍ୟାମ ସୁନ୍ଦର ନାଗ, ସରୋଜ ପଣ୍ଡା, ସୁବୁ ଭୋଇ, ବିନୋଦ ଦୁରିଆ, ହରିହର ସାହୁ, ନନ୍ଦୁ ସାହୁ, ଅକ୍ଷ ପାଢ଼ୀ, ନିତିନ ପଟ୍ଟନାୟକ, ଫିରୋଜ ଖାନ, ଆଦିତ୍ୟ ମହାପାତ୍ର ସେମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ବୁଧବାର ବିଳାଶପୁର ଓ ଭୁବନେଶ୍ୱର ମଧ୍ୟରେ ପ୍ରଥମ ସେମି ଫାଇନାଲ ହେବ ବୋଲି କେ ସି ଏସ ଏ କମିଟି ସୂତ୍ରରୁ ପ୍ରକାଶ କରିଛନ୍ତି ।
ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ