ଚନ୍ଦାହାଣ୍ଡି,(ମ ନି ସ ): ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଜମାରଦାରପଡା କ୍ରିକେଟ ଷ୍ଟାଡିୟମ ଠାରେ ଜମାଦାରପଡା କ୍ରିକେଟ କ୍ଲବ ଆନୁକୂଲ୍ୟରେ ଚାଲିଥିବା ୨ତମ ମାଁ ଠାକୁରାଣୀ ଆନ୍ତରାଜ୍ୟ କ୍ରିକେଟ୍ ଟୁର୍ନାମେଣ୍ଟରେ ଆଜି ଗୃପ ଏ ର ପ୍ରଥମ କ୍ଵାଟର ଫାଇନାଲ ମ୍ୟଚ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ଅନକାବେଡା ଦଳ ବିଜୟୀ ହୋଇ ଦ୍ଵିତୀୟ କ୍ଵାଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଅନକାବେଡା ଦଳ ପ୍ରଥମେ ବ୍ୟାଟିଂ କରି ଜୟଦେବଙ୍କ (୩୦) ରନ ଏବଂ ଦୁର୍ଯୋଧନ (୨୬) ରନ ସହାୟତାରେ ଅନକାବେଡା ଦଳ ୧୦ ଓଭରରେ ସମସ୍ତ ୱିକେଟ ହରାଇ ୮୦ ରନ ସଂଗ୍ରହ କରିଥିଲା ।ଜବାବରେ ୮୧ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓଲ୍ଲାଇଥିବା ଚନ୍ଦାହାଣ୍ଡି ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୦ ଓଭରରେ ୫ ୱିକେଟ ମାତ୍ର ୫୬ ରନ ସଂଗ୍ରହ କରିଥିଲେ। ଫଳରେ ଅନକାବେଡା ଦଳ ୨୪ ରନର ବୃହତ ବ୍ୟବଧାନରେ ବିଜୟୀ ଲାଭ କରି ଦ୍ଵିତୀୟ କ୍ଵାଟର ଫାଇନାଲରେ ପ୍ରବେଶ କରିଛି। ୧୦ ବଲରୁ ୨ଟି ଚୌକା ଓ ୩ଟି ଛକା ସହାୟତାରେ ୩୦ ରନ ସଂଗ୍ରହ ଓ ୧ ୱିକେଟ ହାସଲ କରିଥିବା ଅନକାବେଡା ଦଳର ଖେଳାଳି ଜୟଦେବ ପାଣ୍ଡେଙ୍କୁ ସମ୍ମାନିତ ଅତିଥି ରଥ ହାତୀ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କୃତ କରିଥିଲେ।ଆଜିର ମ୍ୟାଚରେ ଭୀମସେନ ଦାଣ୍ଡିଆ ଓ ଭିକାରୀ ପଟେଲ ଅମ୍ପାୟାର ଭାବେ,ବିକାଶ ହରପାଲ ଓ ଭୂପେନ୍ଦ୍ର ଭାଷ୍ୟକାର ଭାବେ ଦାୟିତ୍ୱ ତୁଲାଇଥିଲେ । ଅଫ ଲାଇନ ସ୍କୋରର ଭାବରେ କମଲେଶ ଦାୟିତ୍ୱ ତୁଲାଇଥିଲେ । ଜମାଦାରପଡା ମା ଠାକୁରାଣୀ କ୍ରିକେଟ କ୍ଲବର ସଭାପତି ଭୂପେନ୍ଦ୍ର ଚୋୖହାନଙ୍କ ତତ୍ୱାବଧାନରେ କମଲେଶ,ଲଳିତ, ଭିକାରୀ, ରଥ,ବିରେନ୍ଦ୍ର,ହିରା, ଭୀମସେନ,ରୋହିତ ସମେତ ମା ଠାକୁରାଣୀ କ୍ରିକେଟ କ୍ଳବର ସମସ୍ତ ସଦସ୍ୟ ଖେଳ ପରିଚାଳନା କରିଥିଲେ।ଆସନ୍ତା କାଲିର ପ୍ରଥମ ମ୍ୟାଚ ଲିଟିଲ ଷ୍ଟାର ଓ ପିଙ୍କୁ-୧୧ ଏବଂ ଦ୍ଵିତୀୟ ମ୍ୟାଚ ପାଟଖଲିଆ ଓ ବେହେରାମୁଣ୍ଡା ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।
next post